ବରିଷ୍ଠ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ
ଆଖୁଆପଦା, (ବସନ୍ତ ବେହେରା) ; ଭଣ୍ଡାରିପୋଖରୀ ଜିଏନ ପବ୍ଲିକ ସ୍କୁଲ ଠାରେ ବରିଷ୍ଠ ସରକାରୀ ଶିକ୍ଷକ ଗଦାଧର ବାରିକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଶ୍ରୀ ବାରିକ ନିଷ୍ଠାର ସହିତ ବିଭିନ୍ନ ସରକାରୀ ବିଦ୍ୟାଳୟରେ ଶିକ୍ଷକତା କରି ଉଚ୍ଚ ପ୍ରଶଂସିତ ହୋଇଥିବାବେଳେ ଗତ ମାର୍ଚ୍ଚ ମାସରେ ବିରିଗଡିଆ ସରକାରୀ ଉ.ପ୍ରା. ବିଦ୍ୟାଳୟ ଠାରୁ ଅବସର ଗ୍ରହଣ କରିଥିଲେ । ଏହି ଅବସରରେ ଜିଏନ ପବ୍ଲିକ ସ୍କୁଲ ପରିଚାଳନା କମିଟି ସଭାପତି ନଟବର ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସଂକ୍ଷିପ୍ତ କାର୍ଯ୍ୟକ୍ରମରେ ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏଥିରେ ଶିକ୍ଷକ ସୁଧାଂଶୁ ମୋହନ ମିଶ୍ର, ବିଦ୍ୟାଧର ବାରିକ, ମମତା ସାହୁ, ସଂଯୁକ୍ତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଅବସର ଗ୍ରହଣ କରିଥିବା ଶିକ୍ଷକଙ୍କ ଜୀବନବ୍ୟାପୀ ସାଧନା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହା ସହିତ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏତଦବ୍ୟତୀତ ବିଦ୍ୟାଳୟର ଦୁଇ କୃତୀ ଛାତ୍ରୀଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା । ଶିକ୍ଷୟତ୍ରୀ ସୀତାଞ୍ଜଳୀ ରାଉତ ଅତିଥିପରିଚୟ ପ୍ରଦାନ କରିଥିବାବେଳେ ସ୍ମୃତିରେଖା ନାୟକ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମକୁ ମୀନାକ୍ଷୀ ସାମଲ, ସ୍ମୃତିପ୍ରଭା ପାତ୍ର, ରଞ୍ଜନ ପରିଡା, ସୋନିଜୟ ସ୍ୱାୱାଲ ପ୍ରମୁଖ ପରିଚାଳନ କରିଥିଲେ ।