ବରିଷ୍ଠ ଶିକ୍ଷକଙ୍କ ଅକାଳ ବିୟୋଗ

ଭଂଜନଗର,(ସନ୍ତୋଷ କୁମାର ଜେନା): ବ୍ଳକ ଗୁଜୁରାଳି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଏସ୍ .ମୋହନ ରାଓ ପାତ୍ରଙ୍କର ଆଜି ତା-24.01.2021 ସଂଧ୍ୟା 6.30 ମିନିଟ୍ ସମୟରେ ଭୂବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ 59 ବର୍ଷ ବୟସ ହୋଇଥିଲା । ସେ ଗତ 17 ଦିନ ହେଲା ସ୍ବାସ୍ଥ୍ୟ ରେ ଅବନ୍ନତି ହେତୁ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ସେ ଆସନ୍ତା ଫେବୃୟାରୀ ମାସରେ ଚାକିରୀରୁ ଅବସର ନେଇଥାନ୍ତେ । ଏହି ଦୁଃଖଦ ଖବର ଶୁଣିବା ପରେ ବି.ଇ.ଓ ଏସ୍. ଧନଞ୍ଜୟ, ଏ.ବି.ଇ.ଓ ସୂର୍ଯ୍ୟ ନାୟକ,ବି.ଆର୍.ସି.ସି ହୃଷିକେଶ ସ୍ବାଇଁ ଓ ସି.ଆର୍.ସି.ସି ସୁନିଲ କୁମାର ପାଣି ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ା ପ୍ରକାଶ ଥାଉ କି ଶ୍ରୀ ମୋହନ ରାଓ ପାତ୍ର ଦୀର୍ଘ ତିରିଶି ବର୍ଷ ହେଲା ଶିକ୍ଷକତା କରିଆସୁଥିଲେ ା ସେ ଖମାରେଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଦଣ୍ଡିପଦର ପ୍ରାଥମିକ ବିଦ୍ୟାଳୟ ଆଦିରେ ପ୍ରଧାନ ଶିକ୍ଷକ ରୂପେ କାର୍ଯ୍ୟ ତୁଲାଇବା ପରେ ସଂପ୍ରତି କୁଲାଡ କ୍ଳଷ୍ଟରର ଗୁଜୁରାଳୀ ପ୍ରାଥମିକ ବିଦ୍ୟାଳୟରେ ଲେଭଲ ଥ୍ରୀ ପ୍ରଧାନ ଶିକ୍ଷକ ରୂପେ ଶିକ୍ଷକତା କରିଆସୁଥିଲେ ାତାଙ୍କରି ବିୟୋଗରେ ଭଂଜନଗର ବ୍ଳକ ଶିକ୍ଷକ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ