ବରିଷ୍ଠ ଶିକ୍ଷାବିତ୍ ତଥା ପୂର୍ବତନ ସାଂସଦ କ୍ରିଷ୍ଣା ବୋଷଙ୍କ ପରଲୋକ
କୋଲକାତା : ବରିଷ୍ଠ ଶିକ୍ଷାବିତ୍ ତଥା ପୂର୍ବତନ ତୃଣମୂଳ କଂଗ୍ରେସ କ୍ରିଷ୍ଣା ବୋଷଙ୍କ ପରଲୋକ ହୋଇଛି । ଯାଦବପୁରରୁ ତୃଣମୂଳ ସାଂସଦ ରହିଥିବା ବୋଷଙ୍କର ୮୯ ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ସକାଳ ୧୦ଟା ୨୦ ମିନିଟ୍ରେ ଇଏମ୍ ବାଇପାସ୍ ହସ୍ପିଟାଲରେ କ୍ରିଷ୍ଣାଙ୍କ ପରଲୋକ ହୋଇଛି । ବୃଦ୍ଧାବସ୍ଥାରେ ପୀଡିତ ବୋଷ ଦୀର୍ଘଦିନ ହେବ ଅସୁସ୍ଥ ରହିବା ସହିତ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ସୁବାଷ ଚନ୍ଦ୍ର ବୋଷଙ୍କ ପୁତୁରା ଶିଶିର କୁମାର ବୋଷଙ୍କୁ ବିବାହ କରିଥିବା ବେଳେ ୧୯୯୬, ୧୯୯୮ ଏବଂ ୧୯୯୯ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।