ବରିଷ୍ଠ ସଦସ୍ୟ ପଦ୍ମଲୋଚନ ଦତ୍ତଙ୍କୁ ସମ୍ବର୍ଦ୍ଧନା

ବାଲେଶ୍ୱର, (ସରୋଜ ପଣ୍ଡା):ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ବୈଠକରେ ବରିଷ୍ଠ ପୃଷ୍ଠପୋଷକ ସଭ୍ୟ ପଦ୍ମଲୋଚନ ଦତ୍ତଙ୍କୁ ତାଙ୍କର ୮୬ତମ ଜନ୍ମଦିବସ ଅବସରରେ ସମ୍ବଦ୍ଧିତ କରାଯାଇଛି । ଶିକ୍ଷକତା ବୃତ୍ତିରେ ଥାଇ ନିଜର ଅଧ୍ୟବସାୟ ଫଳରେ ରାଧାନାଥ ଟ୍ରେନିଂ କଲେଜରୁ ବି.ଇଡି. ଶିକ୍ଷା, ଏମ୍‌.ଏ. ଓ ଓକିଲାତି ଶିକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଚାକିରିରୁ ଅବସର ନେବା ପରେ ସେ ସାମ୍ବାଦିକତା ଓ ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ଶ୍ରୀ ଦତ୍ତ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ସମେତ ବହୁ ସାମାଜିକ ଓ ସାଂସ୍କୃତିକ ସଂଗଠନରେ ପୃଷ୍ଠପୋଷକ ଓ ସକ୍ରିୟ ସଦସ୍ୟ ଅଛନ୍ତି । ୨୦୧୮ ମସିହାରୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିରେ ସଦସ୍ୟ ଭାବେ ସେ ଦାୟିତ୍ୱ ତୁଲାଉଛନ୍ତି । କ୍ରିୟାନୁଷ୍ଠାନ କମିଟି ବୈଠକରେ ତାଙ୍କ ସୁସ୍ଥ ଓ ଦୀର୍ଘ ନିରାମୟ ଜୀବନ କାମନା କରାଯାଇଛି । ବେଠକରେ ଆଇନଜୀବୀ ନିରଞ୍ଜନ ପରିଡ଼ା ଅଧ୍ୟକ୍ଷତା କରିଥିବାବେଳେ ସାଧାରଣ ସଂପାଦକ ପ୍ରଦୀପ ଦାସଙ୍କ ସମେତ ବରିଷ୍ଠ କର୍ମକର୍ତ୍ତା ପ୍ରଭାକର ସାହୁ, ନିରଞ୍ଜନ ରାଉତ, ଦୀନବନ୍ଧୁ ଲେଙ୍କା, ଗୌରାଙ୍ଗ ପାଣିଗ୍ରାହୀ, ଶଚୀନ୍ଦ୍ର ଦାସ, ଯଶୋଦାନନ୍ଦନ ଆସ୍‌, ରମେଶ ଚନ୍ଦ୍ର ଜେନା, ସରସ୍ୱତୀ ପଣ୍ଡା, ଗୋପୀନାଥ ଶତପଥୀ, ବନ୍ଦନା ପାତ୍ର, ପ୍ରଫୁଲ୍ଲ ଦାସ, ସୀତାରାମ ପ୍ରଧାନ, ବେଣୁଧର ସାହୁ, ଡ. କ୍ଷିତୀଶ୍ୱର ଦାସ, ଜ୍ଞାନାନନ୍ଦ ମିଶ୍ର ପ୍ରମୁଖ ଶ୍ରୀ ଦତ୍ତଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ