ବରିଷ୍ଠ ସମାଜସେବୀଙ୍କ ପରଲୋକ

ପୁରୀ/ଉତରାଶାସନ, (ଯୁଗାବ୍ଦ ନ୍ୟୁଜ):ଉତରାଶାସନ ର ବରିଷ୍ଠ ସମାଜସେବୀ ତଥା ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ସନ୍ତୋଷ ଚନ୍ଦ୍ର ତ୍ରିପାଠୀଙ୍କ ୮୧ବର୍ଷ ବୟସରେ ପରଲୋକ ଘଟିଯାଇଛି । ଉତରା ଶାସନ ର ଜଣେ ସ୍ଥାନୀୟ ମୂରବୀ ହେବା ସହିତ ରାଜ୍ୟ ସରକାରଙ୍କ ଗୃହ ଓ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟ କରିବା ସହିତ ଜଣେ ପରୋପକାରୀ, ମିଷ୍ଠଭାଷୀ, ଅମାୟୀକ ବ୍ୟକ୍ତିତ୍ୱର ସ୍ୱର୍ଗତଃ ତ୍ରିପାଠୀ ଅଧିକାରୀ ଥିଲେ । ହୃଦରୋଗରେ ପୀଡ଼ିତ ହୋଇ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିବାବେଳେ, ହଟାତ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ପରଲୋକ ହୋଇଯାଇଥିଲା । ପୁରୀଠାରେ ତାଙ୍କ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ୰ ତ୍ରିପାଠୀଙ୍କ ବିୟୋଗରେ ନିଜ ଗ୍ରାମ ତଥା ଆତ୍ମିୟସ୍ୱଜନଙ୍କ ମଧ୍ୟରେ ଶୋକର ଛାୟାଖେଳିଯାଇଛି । ଜ୍ୟେଷ୍ଠପୁତ୍ର ଶିଶିର ରଂଜନ ତ୍ରିପାଠୀ ମୁଖାଗ୍ନୀ ଦେବାସହ ଅନ୍ତିମ ସମୟରେ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ରହିବା ସହ ଅନ୍ତିମ ଦର୍ଶନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ