ବରିଷ୍ଠ ସମାଜସେବୀ ଡକ୍ଟର ସତ୍ୟନାରାୟଣ ରାଓଙ୍କ ଜନ୍ମବାର୍ଷିକ ପାଳନ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌): ବ୍ରହ୍ମପୁର ସହରର ସ୍ଥାନୀୟ ରେଡ୍‌କ୍ରସ ଦୃଷ୍ଟିହୀନ ବିଦ୍ୟାଳୟ ଆମ୍ବପୁଆ ପରିସରରେ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ଓ ଡକ୍ଟର ସତ୍ୟନାରାୟଣ ରାଓ ସ୍ମୃତି କମିଟି ତରଫରୁ ସୋମବାର ବିଶିଷ୍ଟ ସମାଜସେବୀ ଡକ୍ଟର ସତ୍ୟନାରାୟଣ ରାଓଙ୍କ ଜନ୍ମସତବାର୍ଷିିକ ପାଳନ ହୋଇଯାଇଛି । ପୂର୍ବାହ୍ନ ୧୧ ଟା ସମୟରେ ଡକ୍ଟର ସତ୍ୟନାରାୟଣଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ଏକ ସାଧାରଣ ବୈଠକ ଅନୁଷ୍ଠି୍‌ତ କରାଯାଇଥିଲା ।ଏଥିରେ ମୁଖ୍ୟ ଅତିଥିରୁପେ ଗୋପାଳପୁର ମାନ୍ୟବର ବିଧାୟକ ଡକ୍ଟର ପ୍ରଦୀପ ପାଣିଗ୍ରାହି ଯୋଗ ଦେଇ କେ ସାବିତ୍ରୀଙ୍କ ଦ୍ୱାରା ଲିଖିତ ଡକ୍ଟର ରାଓଙ୍କ ଜୀବନୀ ଲିଖିତ ପୁସ୍ତକ ଉନ୍ମୋଚନ କରିବା ସହ ସମାଜସେବୀ ଡକ୍ଟର ସୁଚିତ୍ରା ଦାସ ଓ ଡକ୍ଟର କେ.ଏନ୍‌.ଏସ୍ ରାଓ ସମ୍ମାନରେ ସମ୍ମାନିତ କରି ସମାଜସେବା ପାଇଁ ଡି.କେ କଲେଜ , ଜଳେଶ୍ୱରର ଇଂରାଜୀ ପ୍ରଧାୟକ ଶ୍ରୀଯୁକ୍ତ ଯୁଗଳ କିଶୋର ପ୍ରଧାନ ଓ ଡକ୍ଟର ରାଓଙ୍କ ଜୀବନୀ ପୁସ୍ତିକା ରଚନା ପାଇଁ କେ ସାବିତ୍ରୀଙ୍କୁ ସମ୍ମାନ କରିଥିଲେ ।ଶେଷରେ ଡକ୍ଟର ରାଓ ସ୍ମୃତିଚାରଣ କରିବା ସହିତ ସ୍ମୃତି କମିଟିକୁ ପ୍ରଂଶସା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ