ବରିଷ୍ଠ ସାମ୍ବାଦିକଙ୍କୁ ଗିରଫ ପ୍ରତିବାଦରେ ଦାବୀ ପତ୍ର ପ୍ରଦାନ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫ ପ୍ରତିବାଦରେ ଆଜି ବନ୍ତ ବ୍ଲକର ସାମ୍ବାଦିକ ମାନେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏବିଡିଓ ନିଶିକାନ୍ତ ଖୁଣ୍ଟିଆ ଙ୍କ ଜରିଆରେ ଦାବୀ ପତ୍ର ପ୍ରଦାନ କରିଥିଲେ । ସତ୍ୟ ଉପରେ ଆଧାରିତ ଗଣମାଧ୍ୟମର କଣ୍ଠରୋଧ ପରି ହୀନ ଚକ୍ରାନ୍ତରୁ ରାଜ୍ୟ ସରକାର ନିବୃତ୍ତ ରହିବା ସହ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ନିଃସର୍ତ୍ତ ଭାବେ ମୁକୁଳାଇବା ଏବଂ ତାଙ୍କ ବିରୁଦ୍ଧରେ ହୋଇଥିବା ସମସ୍ତ ଏଫ.ଆଇ.ଆରକୁ ଖାରଜ କରିବା ପାଇଁ ଦାବୀ କରିଥିଲେ । ପ୍ରାରମ୍ଭରେ ସମସ୍ତ ସାମ୍ବାଦିକ ମାନେ ହାତରେ ବ୍ୟାନର ଧରି ସ୍ଲୋଗାନ ଦେଇ ଥାନାଛକ ଠାରୁ ବାହାରି ବଜାର କରି ବ୍ଲକରେ ପହଂଚି ଥିଲେ । ଏଥିରେ ଭଦ୍ରକ ଜିଲା ସାମ୍ବାଦିକ ଜ୍ଞାନ ପ୍ରକାଶ ପାଣି, ବ୍ଲକ ସାମ୍ବାଦିକ ଅକ୍ଷୟ ନାରାୟଣ ଦାସ, ମାର୍କଣ୍ଡ ଧଡା, ସଂଜୀବ୍ ସେନାପତି, ଶ୍ରୀକାନ୍ତ ଦାଶ, ଜଗନ୍ନାଥ ଜେନା, ସୁଧାଂଶୁ ଶେଖର ସାହୁ, ସୁକାନ୍ତ ଜେନା, ବିଜୟ କୁମାର ପଣ୍ଡା, ମାର୍କଣ୍ଡ ଚରଣ ବେହେରା, ଅର୍ପିତା ମଞ୍ଜରୀ ଓଝା, ସତ୍ୟଜିତ୍ ନାୟକଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।