ବରିଷ୍ଠ ସାମ୍ବାଦିକଙ୍କ ପିତୃ ବିୟୋଗରେ ଶୋକ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଏ. ରାମୁଙ୍କ ପିତୃ ବିୟୋଗରେ ବିଭିନ୍ନ ମହଲ ତରଫରୁ ଶୋକ ପ୍ରକାଶ ପାଇଛି.ଦୈନିକ ତେଲୁଗୁ ପତ୍ରିକା ଆନ୍ଧ୍ର ଜ୍ୟୋତିର ଗଜପତି ଜିଲ୍ଲା ସାମ୍ବାଦିକ ଏ. ରାମୁଙ୍କ ପିତା ଏ. ସନ୍ୟାସୀ ବୃଦ୍ଧବସ୍ଥା ଜନିତ ମୃତ୍ୟୁ ଘଟିଛି. ସ୍ବର୍ଗତ ସନ୍ୟାସୀ ଜଣେ ମିଷ୍ଟଭାଷୀ, ମେଳାପୀ ଓ ପରଉପକାରୀ ଥିଲେ. ତାଙ୍କ ବିୟୋଗରେ ପାରଳାଖେମୁଣ୍ଡି ସହରର 15 ନଂ ୱାର୍ଡରେ ବିଭିନ୍ନ ଅଞ୍ଚଳର ଲୋକଙ୍କ ଠାରେ ଶୋକ ପ୍ରକାଶ ପାଇଛି. ସେହିପରି ବିଭିନ୍ନ ରାଜନୈତିକ ଦଳର ଜନ ପ୍ରତିନିଧିଙ୍କ ସହ ପାରଳା ବିଧାୟକ କେ. ନାରାୟଣ ରାଓ, ମୋହନା ବିଧାୟକ ଦଶରଥୀ ଗମାଙ୍ଗ, ଗଜପତି ଜିଲ୍ଲା ଏସୟୁଜେ ସାମ୍ବାଦିକ ସଂଘର ସଭାପତି ଗରୁଡ଼ ଧ୍ୱଜ ଚୌଧୁରୀ, ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା, ବରିଷ୍ଠ ସାମ୍ବାଦିକ ଗଣେଶ ରାଜୁ ରଶ୍ମି ରଞ୍ଜନ ମିଶ୍ର, ବୀର କିଶୋର ପଟ୍ଟନାୟକ, ଜଗଦୀଶ ପଣ୍ଡା, କୁନା ପଟ୍ଟନାୟକ ପ୍ରମୁଖ ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିବା ସହ ସ୍ବର୍ଗତ ଆତ୍ମାର ସଦଗତି କାମନା କରିଛନ୍ତି.


