ବରିଷ୍ଠ ସାମ୍ବାଦିକଙ୍କ ବିୟୋଗରେ ଶୋକ ସଭା
କୋଦଳା, (ଯୁଗାବ୍ବ ନ୍ୟୁଜ) : ରାଜ୍ୟର ୨ ବରିଷ୍ଠ ସାମ୍ବାଦିକଙ୍କ ବିୟୋଗରେ କୋଦଳା ସାମ୍ବାଦିକ ସଂଘ ପକ୍ଷରୁ ଦଣ୍ଡିଶ୍ବର ମହାଦେବଙ୍କ ପୀଠରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। କୋଦଳାର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନେ ଏକତ୍ରିତ ହୋଇ ୨ ମିନିଟ ନୀରବ ପ୍ରାର୍ଥନା କରିବା ସହ ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ଦିଲ୍ଲୀପ କୁମାର ଶତପଥୀ ଓ ଗିରିଶ ଚନ୍ଦ୍ର ପାଢୀଙ୍କ ଅକାଳ ବିୟୋଗକୁ ନେଇ ଅତ୍ଯନ୍ତ ଦୁଃଖ ପ୍ରକାଶ କରି ସେମାନଙ୍କ କାର୍ଯ୍ୟ ଶୈଳୀ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ସାମ୍ବାଦିକ ଭଗବାନ ପାଢୀ ସ୍ବର୍ଗତ ୨ ସାମ୍ବାଦିକ ଛାଡି ଯାଇଥିବା ଅନେକ ସୃତିକୁ ମନେ ପକାଇ ଥିବା ବେଳେ ସାମ୍ବାଦିକ ସୁଶାନ୍ତ କୁମାର ପଟ୍ଟନାୟକ ୨ ସାମ୍ବାଦିକଙ୍କ ବିୟୋଗରେ ଅତ୍ଯନ୍ତ ମର୍ମାହତ ହେବା ସହ ଏହା ଗଣମାଧ୍ୟମ ପାଇଁ ଅପୂରଣୀୟ କ୍ଷତି ବୋଲି କହିଥିଲେ। ଅନ୍ଯ ମାନଙ୍କ ମଧ୍ୟରେ ସାମ୍ବାଦିକ କୃଷ୍ଣ ଚନ୍ଦ୍ର ପଲେଇ, ଦିବାକର ପାଣ୍ଡି, ସନ୍ତୋଷ ପଲେଇ, ସନ୍ତୋଷ ସେଠୀ, ଜଗନ ସେଠୀ, ଗୋବିନ୍ଦ ପାଣିଗ୍ରାହୀ, ଗୋପାଳକୃଷ୍ଣ ସାହୁ, ଗୁଲସନ୍ କୁମାର କର, ପିଣ୍ଟୁ ସେଠୀ, ରାକେଶ ମହାରଣା, ଟୁନା ପାଢି ପ୍ରମୁଖ ଉପସ୍ଥିତ ରହି ୨ ସାମ୍ବାଦିକଙ୍କ ଅମର ଆତ୍ମାର ସଦ୍ ଗତି କାମନା କରିବା ସହିତ ତାଙ୍କର ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଥିଲେ।


