ବରିଷ୍ଠ ସାମ୍ବାଦିକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ନିମାପଡ଼ା,( ସନ୍ତୋଷ କୁମାର ଦାଶ): ପୁରୀ ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ସଭାପତି, ପ୍ରାକ୍ତନ ଛାତ୍ର ନେତା,ବରିଷ୍ଠ ସାମ୍ବାଦିକ, ବିଭିନ୍ନ ସଂଗଠନର ପଦାଧିକାରୀ, ବିଶିଷ୍ଟ ରାଜନେତା ତଥା ସମାଜସେବୀ ସ୍ବର୍ଗତ ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ରଙ୍କ ସମ୍ମାନାର୍ଥେ ଏକ ଶ୍ରଦ୍ଧାଞ୍ଜଳି ସଭା କାକଟପୁର ସ୍ଥିତ ଖୁଣ୍ଟିଆ କନଭେନ୍ସନ ସଭା ଗୃହରେ କାକଟପୁର ପ୍ରେସ କ୍ଲବର ସଭାପତି କମଳ ଲୋଚନ ଦୀକ୍ଷିତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ କାକଟପୁର, ଅସ୍ତରଙ୍ଗ ଓ କୋଣାର୍କ ଅଞ୍ଚଳର ସାମ୍ବାଦିକ ମାନେ ଯୋଗଦେଇ ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରିଥିଲେ । ସାମ୍ୱାଦିକ ମାନେ ସ୍ୱର୍ଗତ ମହାପାତ୍ରଙ୍କ କାର୍ଯ୍ୟକଳାପ ଓ ସାଙ୍ଗଠନିକ ଦକ୍ଷତା ଉପରେ ସ୍ମୃତିଚାରଣ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳୀ ସଭା ରେ ବରିଷ୍ଠ ସାମ୍ବାଦିକ ସନ୍ତୋଷ ଦାଶ, ସଞ୍ଜୟ ପତି, ତୁଷାର ରଞ୍ଜନ ଦୀକ୍ଷିତ,ପ୍ରଭାତ ଦୀକ୍ଷିତ,ପୂର୍ଣଚନ୍ଦ୍ର ପଣ୍ଡା,ମାନସ ଦୀକ୍ଷିତ, ପ୍ରଦୀପ୍ତ କୁମାର ଦୀକ୍ଷିତ,ପ୍ରଦୀପ ପଣ୍ଡା,ପ୍ରଭାସ କୁମାର ପୃଷ୍ଟି,ନୃସିଂହ ବେହେରା,ଆଦିତ୍ୟ ରାଉତ, ଭାଗବତ ସ୍ୱାଇଁ, ଲୋକନାଥ ସ୍ୱାଇଁ,ପ୍ରକାଶ ଦାଶ,ବ୍ରଜକିଶୋର ସାହୁ, ଶୁଭଦର୍ଶନ ମିଶ୍ର,
ନିରଞ୍ଜନ ଦାସ ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ