ବରିଷ୍ଠ ସାମ୍ବାଦିକ କମଳାକାନ୍ତଙ୍କ ଆଶୁ ଆରୋଗ୍ୟ କାମନା କରି ସମୁହ ଦୀପଦାନ
ଚୌଦ୍ୱାର, (ଦୀପକ୍ କୁମାର ବେଉରା):ଟାଙ୍ଗୀ ଚୌଦ୍ବାର ଅଞ୍ଚଳର ବରିଷ୍ଠ ସାମ୍ବାଦିକ କମଳାକାନ୍ତ ନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଚୌଦ୍ୱାର ବ୍ୟାଘ୍ରବାହିନୀ ମନ୍ଦିରରେ ସମୁହ ଦୀପଦାନ କରାଯାଇଛି । ଉତ୍କଳ ସାମ୍ବାଦିକ ସଂଘର କଟକ ଜିଲ୍ଲା ସଭାପତି ସତ୍ୟବ୍ରତ ଦାସଙ୍କ ନେତୃତ୍ୱରେ ହୋଇଥିବା ଏହି ସମୁହ ଦୀପଦାନ କାର୍ଯ୍ୟକ୍ରମରେ ବହୁ ସାମ୍ବାଦିକ, ସାମାଜିକ କାର୍ଯ୍ୟକର୍ତ୍ତା, ରାଜନେତା, ଓ ବୁଦ୍ଧିଜିବୀମାନେ ସାମିଲ ହୋଇ ବ୍ୟାଘ୍ରବାହିନୀ ମନ୍ଦିରରେ ଦୀପଦାନ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । ଏକ ଦୈନିକ ଖବର କାଗଜର ଚୌଦ୍ୱାର ପ୍ରତିନିଧି ଭାବେ ଦୀର୍ଘ ବର୍ଷ ହେଲା କାର୍ଯ୍ୟକରୁଥିବା କମଳାକାନ୍ତ ନାୟକ ୩ଦିନ ତଳେ ଉଚ୍ଚରକ୍ତ ଚାପ ଜନିତ ମସ୍ତିଷ୍କ ପ୍ରବାହରେ ପିଡିତ ହୋଇ ଏକ ଘରୋଇ ହସ୍ପିଟାଲରେ ଭେଟିଲେଟରରେ ରହି ଚିକିତ୍ସାଧିନ ଅଛନ୍ତି । ଏହି ସମୁହ ଦୀପଦାନରେ ଚୌଦ୍ୱାର ପ୍ରେସ୍ କ୍ଲବର ଅଜିତ୍ ସ୍ୱାଇଁ, ଅଶୋକ ଦାସ, ପ୍ରକାଶ ନାୟକ, ଉଦ୍ଧାର ଫାଉଣ୍ଡେସନର ଅଧ୍ୟକ୍ଷ ନରୋତ୍ତମ ଦାସ, ମହିଳା ସମାଜସେବୀ ସସ୍ମିତା ଦାସ, ୧୭ନଂର କାଉନସିଲର ଆଶୁତୋଷ ଦାସ, ୧୨ନଂ କାଉନସିଲର ସୁବ୍ରତ ସାମଲ, ୮ନଂ ର କାଉନସିଲର ବିଜୟଲକ୍ଷ୍ମୀ ବେହେରା, ବିଜେପି ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ଜ୍ଞାନେନ୍ଦ୍ର ସ୍ୱାଇଁ, ଯୁବ ସଂଗଠକ ତୀର୍ଥାନନ୍ଦ ସୁବୁଦ୍ଧିରାୟ, ରଂଜନ ପରିଡା, ସାମ୍ବାଦିକ ସଂଜିବ ତିୱାରୀ, ହରିହର ବେଉରା, ଦୀପକ ବେଉରା,ନବୀନ ରାଓ, ଶିବବ୍ରତ ଦାସ, କୁନା ନାୟକ, ରାଜେଶ ନାୟକ, ବିମଳ ବେଉରାୟ, ବିଶ୍ୱନାଥ ମହାନ୍ତିଙ୍କ ସମେତ ଅନେକ ଲୋକମାନେ ଭାଗ ନେଇଥିଲେ ।