ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦୀପ ସାହୁ ସମ୍ବର୍ଦ୍ଧିତ
ବ୍ରହ୍ମପୁର, (ଅନିଲ କୁମାର ): ବ୍ରହ୍ମପୁର ୟୁଟିଭି ଓ ଗଣମାଧ୍ୟମ ଖବର କାଗଜରେ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ତଥା ସୁନାମଧନ୍ୟ ଗାୟକ ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସୁଦୀପ କୁମାର ସାହୁଙ୍କୁ କରୋନା ସଚେତନତା ପାଇଁ ସମ୍ମାନୀତ କରାଯାଇଛି । ଭୁବନେଶ୍ୱରସ୍ଥିତ ଲାଇଫ୍ଲେଟ୍ ଇଣ୍ଡିଭିଜୁଆଲ ଫିଲ୍ମ ଫର୍ ଏଭ୍ରିୱାନ୍ ନାମକ ଏକ ପବ୍ଲିକ୍ ଚ୍ୟାରିଟେବଲ୍ ଟ୍ରଷ୍ଟ ତରଫରୁ ବରିଷ୍ଠ ସାମ୍ବାଦିକ ଶ୍ରୀ ସାହୁଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ଏପରି ସମ୍ବର୍ଦ୍ଧିତ କରାଯାଇଛି । ଦୀର୍ଘବର୍ଷ ଧରି ସାମ୍ବାଦିକ ସାହୁ ସଂଗୀତ ଓ ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟକରି ୨୫୦ରୁ ଅଧିକ ଅନୁଷ୍ଠାନ ତରଫରୁ ପୂର୍ବରୁ ସମ୍ବର୍ଦ୍ଧିତ ହୋଇଛନ୍ତି । ବର୍ତ୍ତମାନ କରୋନା ବିପତ୍ତି ସମୟରେ ଜନସାଧାରଣଙ୍କୁ ଯେଭଳି ସଚେତନତା କରାଇଚାଲିଛନ୍ତି ତାହା ବାସ୍ତବିକ ତାଙ୍କୁ ଜଣେ କରୋନା ଯୋଦ୍ଧା ଭାବେ ଗଢ଼ି ତୋଳିଛି । ତାଙ୍କର ଏଭଳି ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଉପରୋକ୍ତ ଏହି ସମ୍ମାନରେ ସମ୍ମାନ୍ଥଚ୍ଛ କରାଯାଇଛି । ଏଥି ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ଓ ସ୍ୱାଗତ କରାଯାଇଛି ।


