ବରିଷ୍ଠ ସାମ୍ବାଦିକ ଦିବାକର ବିଶ୍ୱାଳଙ୍କ ପାଇଁ ସ୍ମୃତି ସଭା
କେନ୍ଦ୍ରାପଡା- ଜିଲ୍ଲା ପ୍ରତିଭା ପୂଜା ସଂସଦ ଆନୁକୁଲ୍ୟରେ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ବକାର ସୂର୍ଗତ ଦିବାକର ବିଶା୍ୱଳଙ୍କ ପାଇଁ ଏକ ସର୍ବଦଳୀୟ ସ୍ମୃତିସଭା ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ବରିଷ୍ଠ ଆଇନଜୀବି ଅକ୍ଷୟ କୁମାର ମହାନ୍ତି, ଉମେଶ ଚନ୍ଦ୍ର ସିଂ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା ପ୍ରମୁଖ ଯୋଗଦେଇ ସୂର୍ଗତ ବିଶ୍ୱାଳଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସଂସଦର ସମ୍ପାଦକ ସୁଶିଲ କୁମାର ସାମଲ ସମ୍ପାଦକୀୟ ବୀବରଣୀ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିପିଏମ ନେତା ଗୟାଧର ଧଳ, କବି ସୁବାଷ ପାତ୍ର, ରଣଧୀର ଜେନା, କଂଗ୍ରେସ ନେତା ପ୍ରଫୁଲ୍ଲ କୁମାର ଦାସ, ନୃସିଂହ ଚରଣ ତ୍ରିପାଠୀ, ବୈଷ୍ଣବ ପ୍ରଧାନ, ମୁକ୍ତାର ଖାଁ, ରବିନ୍ଦ୍ର ନାଥ ରଥ, ଜିଲ୍ଲା ଦଳିତ ସଙ୍ଘର ନଗେନ ଜେନା, ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ଇଂ ବିଶ୍ୱନାଥ ବେହେରା, ସୟଦ ମୁକ୍ତାର,ଅମର ବିଶ୍ୱାଳ ପ୍ରମୁଖ ଯୋଗଦେଇ ସୂର୍ଗତ ବିଶ୍ୱାଳଙ୍କ ସ୍ମୃତିଚାରଣ କରିବା ସହ ତାଙ୍କପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସଂଯୋଜକ ଗୋଲଖ ପଢିହାରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।