ବରିଷ୍ଠ ସାମ୍ବାଦିକ ନବୀନାନନ୍ଦ ଗନ୍ତାୟତଙ୍କ ବିୟୋଗରେ ସ୍ମୃତିଚାରଣ ସଭା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ଟାଉନ୍ହଲ୍ ଠାରେ ଗଜପତି ଜିଲ୍ଲାସ୍ତରୀୟ ସାମ୍ବାଦିକମାନଙ୍କ ତରଫରୁ ବୟୋଜ୍ୟେଷ୍ଠ ସାମ୍ବ।ଦିକ ନବୀନାନନ୍ଦ ଗନ୍ତାୟତଙ୍କ ବିୟୋଗରେ ଗତକାଲି ସଂଧ୍ୟାରେ ସ୍ମୃତିଚାରଣ ସଭା ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ସାମ୍ବାଦିକ ଯୋଗ ଦେଇଥିବା ବେଳେ ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ନୀରବ ପ୍ରାର୍ଥନା ସହ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ନବୀନାନନ୍ଦଙ୍କ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ଉପସ୍ଥିତ ସାମ୍ବାଦିକମାନେ । ଗଜପତି ଜିଲ୍ଲାରେ ସାମ୍ବାଦିକତା କ୍ଷେତ୍ରରେ ବହୁତ ବଡ କ୍ଷତି ଘଟିଛି ବୋଲି ମତ ପ୍ରକାଶ କରିଥିଲେ । ମହାମାରି କରୋନାରେ ଗଜପତି ଜିଲ୍ଲା କେ.ସି.ଏଚ୍.ରତ୍ନମ ଏବଂ ନବୀନାନନ୍ଦ ଗନ୍ତାୟତଙ୍କ ଭଳି ୨ଜଣ ବରିଷ୍ଠ ସାମ୍ବାଦିକଙ୍କୁ ହରାଇଛି ବୋଲି କହିଥିଲେ । ସାମ୍ବ।ଦିକ ତାରିଣୀ ପ୍ରସାଦ ପଣ୍ଡା,ଦ୍ୱିଜେନ୍ଦ୍ରନାଥ ପାଢୀ,ପ୍ରଦୀପ ନାୟକ, ଅମୁଲ୍ୟ ସାହୁ,ଆଦର୍ଶ ଦାସ,ବସନ୍ତ ପଣ୍ଡା,ବିଧାନ ଚୌଧୁରୀ,ସନ୍ତୋଷ ପଟ୍ଟନାୟକ,ନାଗେଶ୍ୱର ମହାପାତ୍ର,ସୁଜିତ ବିଶୋଇ,ସରୋଜ ବିର,ସିତାନାଥ ପଣ୍ଡା,ଲୋକନାଥ ପଣ୍ଡ.ଜିତେନ୍ଦ୍ର ବାରିକ,ଅମିତ ପଟ୍ଟନାୟକ,ବିବେକାନନ୍ଦ ବେହେରା,ରାମଗୋବିନ୍ଦ ଆଚାର୍ଯ୍ୟ,ଶ୍ରୀକାନ୍ତ ମହାରଣା,ପ୍ରଭାତ ପାତ୍ର,ଶିଶିର ଗୌଡ,ବିଜୟ ଗୌତମ,ସେଖର ରାଓ,ଏ.ରାମୁ ପ୍ରମୁଖ ଉପସ୍ଥିତ ଥିଲେ ।


