ବରିଷ୍ଠ ସାମ୍ବାଦିକ ବୈଷ୍ଣବ ଜେନାଙ୍କ ସ୍ମୃତିଚାରଣ ସଭା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର ତଥା ଜଣେ ଦକ୍ଷ ସଂଗଠକ ଭାବେ ସାରା ରାଜ୍ୟରେ ଜଣାଶୁଣା ସ୍ୱର୍ଗତ ବୈଷ୍ଣବ ଚରଣ ଜେନାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ସୋମବାର ଉତ୍କଳ ସାମ୍ବାଦିକ ସଂଘ ପରିସରରେ ସଭାପତି ବିଭୂତି ଭୂଷଣ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସ୍ମୃତିଚାରଣ ସଭାରେ ବହୁ ବିଶିଷ୍ଟ ରାଜନେତା, ବିଧାୟକ, ପୂର୍ବତନ ମନ୍ତ୍ରୀ, ବରିଷ୍ଠ ସାମ୍ବାଦିକ ଯୋଗଦେଇ ସ୍ୱର୍ଗତ ଜେନାଙ୍କ ବହୁମୁଖୀ ପ୍ରତିଭା, ନିଚ୍ଛକ ସାମ୍ବାଦିକତା ଏବଂ ସାମାଜିକ ଜୀବନରେ ସବୁ ବର୍ଗର ସାମ୍ବାଦିକମାନଙ୍କ ସହ ଉତ୍ତମ ସମ୍ପର୍କ ଯୋଡ଼ିବାରେ ପ୍ରମୁଖ ଭୂମିକା ଓ ଅବଦାନ ଉପରେ ଆଲୋକପାତ କରିଥିଲେ ।ବିଧାୟକ ଡ. ଅରୁଣ କୁମାର ସାହୁ, କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ବିଶିଷ୍ଟ କମ୍ୟୁନିଷ୍ଟ ନେତା ରାଧାକାନ୍ତ ସେଠି, ବରିଷ୍ଠ ସାମ୍ବାଦିକ ରମେଶ ଚନ୍ଦ୍ର ମହାନ୍ତି, ବିପିନ ସିଂ, ନିର୍ମଳ ଭଞ୍ଜଦେଓ, ଭାଗବତ ତ୍ରିପାଠୀ, ବିବେକାନନ୍ଦ ଜେନା, ବିଜୟ କୁମାର ପଣ୍ଡା, ପାର୍ଥସାରଥୀ ଜେନା, ସରୋଜ ରଞ୍ଜନ ପଟ୍ଟନାୟକ, ସୁରେଶ କର, ଜୟଦେବ ବେହେରା, ମାଧବ ବେଉରା, ଅବିନାଶ ମିଶ୍ର, କିଶୋର ମଙ୍ଗରାଜ, ସୂର୍ଯ୍ୟକାନ୍ତି ନାୟକ, ସୁକାନ୍ତ ମହାନ୍ତି, ପବିତ୍ର ମହାରଥା, ଫଟୋ ସାମ୍ବାଦିକ ଗିରିଧାରୀଲାଲ ଷଡ଼ଙ୍ଗୀ, ଅଭିମନ୍ୟୁ ମହାରଣା, ମନୋଜ ମୁଖୀ, ଗଜେନ୍ଦ୍ର ବେହେରାଙ୍କ ସମେତ ବହୁ ସଂଖ୍ୟାରେ ସାମ୍ବାଦିକ ଏହି ଅବସରରେ ଉପସ୍ଥିତ ରହି ସ୍ୱର୍ଗତ ଜେନାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।