ବରୁଣସିଂର ଖେଳପଡ଼ିଆ ଉନ୍ନତିକରଣ ପାଇଁ କ୍ରୀଡ଼ାମନ୍ତ୍ରୀଙ୍କୁ ନିବେଦନ ପତ୍ର

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଅନ୍ତର୍ଗତ ରୂପବାଲି ଓ ଠାକୁରାପଦା ପ୍ରମୁଖ ଦୁଇଟି ବଡ଼ ଖେଳ ପଡିଆର ଉନ୍ନତିକରଣ ପାଇଁ ବରୁଣସିଂ ଗ୍ରାମପଞ୍ଚାୟତବାସୀ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ନିବେଦନ ପତ୍ର ପ୍ରଦାନ କରିଛନ୍ତି । ପଞ୍ଚାୟତବାସୀଙ୍କ ଏହି ଦାବିକୁ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ସମର୍ଥନ ଜଣାଇବା ସହ ବ୍ୟକ୍ତିଗତ ଭାବେ ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ବରୁଣସିଂ ପଞ୍ଚ।।ୟତବାସୀଙ୍କ ପକ୍ଷରୁ ଶିକ୍ଷାବିତ ତଥା ସାହାର୍ଦ୍ଦା ଗ୍ରାମର ଶାନ୍ତା ଦାସ ଓ ସ୍ଥାନୀୟ ନେତୃବୃନ୍ଦ ଏହି ନିବେଦନ ପତ୍ରକୁ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତାଙ୍କ ବ୍ୟକ୍ତିଗତ ସଚିବ କୈଳାସ ଚନ୍ଦ୍ର ଦାସଙ୍କୁ ପ୍ରଦାନ କରିଛନ୍ତି । ବରୁଣସିଂ ଗ୍ରାମ ପଞ୍ଚାୟତର ଯୁବ ବର୍ଗ ଦୀର୍ଘ ଦିନ ହେବ କ୍ରୀଡ଼ା ପ୍ରତି ବେଶ ଋଚି ରଖି ଆସିଛନ୍ତି । ଏଠାରେ ଥିବା ରୂପବାଲି ଓ ଠାକୁରାପଦା ପଡ଼ିଆରେ ଅନେକ ଫୁଟବଲ, ଭଲିବଲ ଓ କ୍ରିକେଟ ଆଦି ଟୁର୍ଣ୍ଣାମେଣ୍ଟ ହୋଇଆସୁଅଛି । କେବଳ ସେତିକି ନୁହେଁ ଏହି ଅଞ୍ଚଳର ଅନେକ ହାଇସ୍କୁଲ ଓ ୟୁପି ସ୍କୁଲ ଛାତ୍ର ଛାତ୍ରୀ ଏଠାରେ ଖେଳ ଅଭ୍ୟାସ କରି ଆସୁଛନ୍ତି । ଯଦି ଏହି ଖେଳ ପଡ଼ିଆର ଉନ୍ନତକରଣ ପାଇଁ କ୍ରୀଡ଼ା ବିଭାଗ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଏ, ତାହାଲେ ଏଠାରୁ ଆଗାମୀ ଦିନରେ ବହୁ ଭଲ ଖେଳାଳି ସୃଷ୍ଟି ହୋଇ ପାରିବେ ବୋଲି ପଞ୍ଚାୟତବାସୀ ନିବେଦନ ପତ୍ର ଜରିଆରେ କ୍ରୀଡ଼ାମନ୍ତ୍ରୀଙ୍କୁ ଜଣାଇଛନ୍ତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଜିଲ୍ଲା ପାଇଁ ଅନେକ କ୍ରୀଡ଼ା ପ୍ରକଳ୍ପ ଭେଟି ଦେଇଥିବା ବେଳେ ଏହି ଦାବି ପୂରଣ ହେଲେ ବାଲେଶ୍ୱର ଜିଲା କ୍ରୀଡ଼ା କ୍ଷେତ୍ରରେ ସଫଳତାର ଶୀର୍ଷରେ ପହଞ୍ଚି ପାରିବ ବୋଲି ଗ୍ରାମାବାସୀମାନେ କହିଛନ୍ତି । ଯୁବ ବର୍ଗଙ୍କ ବିକାଶ ପାଇଁ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ଓ ସମାଜସେବୀ ଶାନ୍ତା ଦାସଙ୍କ ଏହି ସାଧୁ ଉଦ୍ୟମକୁ ସ୍ଥାନୀୟ ଅଞ୍ଚଳର କ୍ରୀଡ଼ାବିତ, କ୍ରୀଡ଼ାପ୍ରେମୀ ଓ ବୁଦ୍ଧିଜୀବୀ ବେଶ ପ୍ରଶଂସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ