ବରୁଣସିଂ ଲକ୍ଷ୍ମୀପୂଜା ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟିତ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସହର ଉପକଣ୍ଠ ବରୁଣସିଂ ପଞ୍ଚାୟତର ଗୋବାଡିହ ପଡ଼ିଆରେ ଚାଲିଥିବା ଲକ୍ଷ୍ମୀପୂଜାରେ ବିଭିନ୍ନ ପ୍ରକାରର ସାଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂଜା କମିଟି ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମକୁ ବରେଣ୍ୟ ଅତିଥି ଭାବେ ବିଜେଡି ଏସସି ସେଲ ଜିଲା ସଭପତି ପ୍ରଫେସର ଶତ୍ରୁଘ୍ନ ମଲିକ ଉଦଘାଟନ କରିବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ମହାଲକ୍ଷ୍ମୀ ପୂଜା କମିଟି ଏ ଅଞ୍ଚଳ ପାଇଁ ସମ୍ପର୍କର ସେତୁ ହୋଇଥିବା ବେଳେ ଆଗାମୀ ଦିନରେ ଶୃଙ୍ଖଳାର ସହ ଆହୁରି ବ୍ୟାପକ ଆକାରରେ ଆୟୋଜନ ପାଇଁ ସେ କର୍ମକର୍ତ୍ତା ଓ ସଦସ୍ୟମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ନାଟକ ମଞ୍ଚସ୍ଥ କରୁଥିବା ଗଜଲକ୍ଷ୍ମୀ ଲୋକନାଟ୍ୟ କଳାକାରଙ୍କୁ ଉତ୍ସାହିତ କରିଥିଲେ । ପ୍ରାରମ୍ଭରେ କମିଟିର କର୍ମକର୍ତ୍ତା ଦିବଂଗତ ସଂଗଠକ ପ୍ରହ୍ଲାଦ ସଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଫେସର ମଲ୍ଲିକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜୀବନ କୁମାର ନାୟକ, ବଂଶୀଧର ବେହେରା, କମଳାକାନ୍ତ ଦାସ, ମନୋଜ କୁମାର ଦାସ, ଗଣେଶ ଜେନା, ଗୌରାଙ୍ଗ ବେହେରା ପ୍ରମୁଖ କମିଟି କର୍ମକର୍ତ୍ତାମାନେ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।