ବରୁଣେଇ ପୀଠରେ ପାଇକ ମେଳି

ଖୋର୍ଦ୍ଧା (ଯୁଗାଦ୍ଦ ନ୍ୟୁଜ): ଐତିହାସିକ ବରୁଣେଇ ପାଦଦେଶରେ ଖୋର୍ଦ୍ଧା ଜିଲ୍ଲା ପାଇକ ମହାସଂଘର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ନବନିଯୁକ୍ତ ନୂତନ ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ଯୋଗଦେଇ ଆଗାମୀ ବିଧାନସଭା ନିର୍ବାଚନରେ ପାଇକ ମହାସଂଘ ରଣହୁଙ୍କାର ଦେବ ବୋଲି ଘୋଷଣା କରିଥିଲେ । ଏହି ଅବସରରେ ପାଇକ ଆଖଡ଼ାର ପୁନରୁଦ୍ଧାର, ପାଇକ ଆଖଡ଼ାକୁ ସ୍କୁଲ୍, କଲେଜରେ ସ୍ଥାନଦେଇ ତାକୁ ସ୍କାଉଟଗାଇଡ ଭଳି ମାନ୍ୟତା ଦେବା, ପାଇକ ଏକାଡେମୀ ଖୋଲିବା, ପାଇକ ରେଜିମେଣ୍ଟ ଗଠନ ଓ ପାଇକଙ୍କୁ ସ୍ୱତନ୍ତ୍ର ବକ୍ସି ଜଗବନ୍ଧୁ ପାଇକ ଭତ୍ତା ପ୍ରଦାନ କରିବାକୁ ମହାସଂଘ ପକ୍ଷରୁ ଦାବି କରାଯାଇଥିଲା ।ା ବୈଠକରେ ରାଜ୍ୟର ବିଭିନ୍ନ କୋଣଅନୁକୋଣରୁ ପାଇକ କର୍ମକର୍ତ୍ତା ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କର୍ମକର୍ତ୍ତା ପ୍ରଫୁଲ ସାମନ୍ତରାୟ, କୃଷ୍ଣଚନ୍ଦ୍ର ହରିଚନ୍ଦନ, ଭୀମସେନ ପ୍ରଧାନ, ମୃତ୍ୟୁଞ୍ଜୟ ଛୋଟାରାୟ ପ୍ରମୁଖ ଯୋଗଦେଇ ଜିଲ୍ଳାର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ପାଇକଗୁରୁ ପୁର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀଙ୍କୁ ମାନପତ୍ର ଓ ଉପଢୈକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ଯୁଗାଦ୍ଦ ନ୍ୟୁଜ
Share

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ