ବରୁଣେଶ୍ୱର ଜାତୀୟ ସବୁଜ ବାହିନୀ ପକ୍ଷରୁ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ନାଉଗାଁ ବ୍ଳକ ଗଳଦାରୀ ପଂଚାୟତର ଏରଡାସ୍ଥିତ ପଂଚାୟିତରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ବରୁଣେଶ୍ୱର ଜାତୀୟ ସବୁଜ ବାହିନୀ ପକ୍ଷରୁ ମଙ୍ଗଳବାର ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ପରିଚାଳନା କମିଟିର ସଭାପତି ପ୍ରଭାତ କୁମାର ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରାମର ବହୁ ବୟୋଜ୍ୟେଷ୍ଟ ବ୍ୟକ୍ତିଙ୍କ ସହ ବହୁ ଶିକ୍ଷାବିତ୍‌ମାନେ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମୋ ସ୍କୁଲ ଅଭିଯାନ କମିଟିର ସଂପାଦକ ଦିଲ୍ଲିପ କୁମାର ନାୟକ, କୋଷାଧ୍ୟକ୍ଷ ଡମ୍ବୁରଧର ବସ୍ତିଆ, ଅମରଜିତ ସ୍ୱାଇଁ, ମନୋଜ କୁମାର ମହାନ୍ତି ପ୍ରମୁଖ ପରିଚାଳନା କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ