ବର୍ଗରରୁ ବାହାରିଲା କାଚ ଖଣ୍ଡ ମେଡିକାଲରେ ପହଞ୍ଚିଲେ ଯୁବକ
(ଯୁଗାବ୍ଦ ନ୍ୟୁଜ ) , ଆଜିକାଲିର ଯୁବପିଢ଼ି ଫାଷ୍ଟ ଫୁଡ୍ ଖାଇବାକୁ ବେଶ୍ ପସନ୍ଦ କରୁଛନ୍ତି । ପ୍ରତିଦିନ ଏହାକୁ ଖାଇବା ପାଇଁ ପିଜା ହଟ୍ ଅବା କୌଣସି ଫାଷ୍ଟ ଫୁଡ୍, ବର୍ଗର ଦୋକାନ ଆଗରେ ଲୋକଙ୍କ ଲମ୍ବା ଲାଇନ୍ ଲାଗିଥାଏ । ମାତ୍ର ପୁନେର ଜଣେ ବ୍ୟକ୍ତିଙ୍କ ପାଇଁ ବର୍ଗର ଖାଇବା ମହଙ୍ଗା ପଡ଼ିଛି । ସାଜିଦ ପଠାନ ନିଜର ବନ୍ଧୁମାନଙ୍କ ସହ ବର୍ଗର ଖାଇବା ପାଇଁ ଏକ ଦୋକାନରେ ପହଞ୍ଚିଥିଲେ । ସେଠାରେ ସେମାନେ ବର୍ଗର ସହ ସଫ୍ଟ ଡ୍ରିଙ୍କ୍ ଅର୍ଡର କଲେ । ମାତ୍ର ସାଜିଦ ଯେତେବେଳେ ଗୋଟିଏ ବାଇଟ୍ ବର୍ଗର ଖାଇଛନ୍ତି ତାଙ୍କ ତଣ୍ଟି ଦରଜ ହେବା ସହ ପାଟିରୁ ରକ୍ତ ବାହାରିବା ଆରମ୍ଭ କରିଥିଲା । ସାଜିଦଙ୍କ ଜଣେ ବନ୍ଧୁ ବର୍ଗର ଚେକ୍ କରିବା ପରେ ସେଥିରୁ ଖଣ୍ଡ ଖଣ୍ଡ କାଚ ବାହାରିଥିଲା । ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୩୫ ହଜାର ଟଙ୍କା ଖର୍ଚ୍ଚ ହେବାପରେ ସେ ସୁସ୍ଥ ହୋଇଥିଲେ । ପେସାରେ ସାଜିଦ ଜଣେ ଅଟୋ ଡ୍ରାଇଭର । ଏ ନେଇ ସାଜିଦ ଥାନାରେ ଅଭିଯୋଗ କରିଛନ୍ତି । ମେଡିକାଲ ରିପୋର୍ଟ ଆସିବା ପରେ ଦୋକାନ ମାଲିକଙ୍କ ବିରୋଧରେ ମାମଲା ରୁଜୁ ହେବ ବୋଲି ପୋଲିସ କହିଛି ।


