ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ ଶିବିର

ହିଂଜିଳିକାଟୁ, (ଶେଷଦେବ ସାହୁ ) : ହିଂଜିଳିକାଟୁ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ଏକ ପ୍ରଶିକ୍ଷଣ ଶିବିର ଗୁରୁବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଶିବିରରେ ପ୍ରଶିକ୍ଷଣଦାତା ଭାବେ ଗଂଜାମ ଜିଲ୍ଲା ପରିମଳ ସୁବିଞ ତଥା ସଂଯୋଜକ ଝଲକ ଦାଶ ଯୋଗଦେଇ ଉପସ୍ଥିତ କର୍ମଚାରୀ ଓ ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀଙ୍କୁ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ତାଲିମ ପ୍ରଦାନ କରିଥିଲେ । ପୌର ପରିଷଦ ପକ୍ଷରୁ ପ୍ରତ୍ୟେକ ଘର ଘର ବୁଲି ସଂଗ୍ରହ କରାଯାଉଥିବା ଆର୍ବଜନାର କିଭଳି ମୂଳ ବସ୍ତୁରେ ପରିବର୍ତନ କରି ଆଉଥରେ ବ୍ୟବହାର ସାପେକ୍ଷ କରାଯାଇପାରିବ ସେ ନେଇ ତାଲିମ ପ୍ରଦାନ କରାଯାଇଥିଲା । ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀର ମହିଳା ମାନେ ଘର ଘର ବୁଲି ପ୍ରଚାର ପତ୍ର ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ଉକ୍ତ ପ୍ରଶିକ୍ଷଣ ଶିବିରରେ ପୌର ପରିଷଦର କନିଷ୍ଠ ଯନ୍ତ୍ରୀ ମାନସ ରଂଜନ ଦାଶ, ଦିଲ୍ଲିପ କୁମାର ମିଶ୍ର, କମ୍ୟୁନିଟ ପରିଚାଳକ ସନ୍ଧ୍ୟାରାଣୀ ପଟ୍ଟନାୟକ, ପରିମଳ ମାର୍ଗଦର୍ଶକ ସୁବାଷ ଚନ୍ଦ୍ର ପଟ୍ଟନାୟକ, ଜମାଦାର ରବି ମହାଙ୍କୁଡ଼, ପୌର ପରିଷଦର କର୍ମଚାରୀ କୌଳାଶ ଚନ୍ଦ୍ର ସାବତ, ବିବେକାନନ୍ଦ ମହାପାତ୍ର, ଅଶ୍ୱିନି ନାୟକ, କିଶାନ କୁମାର ପାତ୍ର, ଅଭିରାମ ସାହୁ, ଭାସ୍କର ସାହୁ, ଲାଲ ମୋହନ ସେଠି, ରାମକୃଷ୍ଣ ପାତ୍ର, ରବି ନାରାୟଣ ପଣ୍ଡା, ମୋହନ ରାଓ ଆଚାରୀଙ୍କ ସମେତ ପୌର ପରିଷଦର ସମସ୍ତ କର୍ମଚାରୀ ପ୍ରଶିକ୍ଷଣ ଶିବିରରେ ଅଂଶ ଗ୍ରହଣ କରିଥିଲେ ।ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ ଶିବିର

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ