ବର୍ଜ୍ୟ ବସ୍ତୁ ପରିଚାଳନା ଉପରେ ସମୀକ୍ଷା ବୈଠକ

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲା ଯୋଡା ପୌରପାଳିକା କାର୍ଯ୍ୟାଳୟଠାରେ ଜଙ୍ଗଲ ପରିବେଶ ବିଭାଗର ସଚିବ ଓ କେନ୍ଦୁଝର ଜିଲାପାଳଙ୍କ ଯୋଡା ସହରରେ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଆଜି ସନ୍ଧ୍ୟାରେ ଏକ ସମୀକ୍ଷା ବୈଠକ କରିଥିଲେ । ସୋମବାର ସନ୍ଧ୍ୟା ୭.୩୦ ସମୟରେ ଯୋଡା ପୌରପାଳିକା ସଭଗୃହଠାରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ଭୁବନେଶ୍ୱରରୁ ଆସିଥିବା ଜଙ୍ଗଲ ପରିବେଶ ବିଭାଗର ସଂପାଦିକା ଡ. ମୋନା ଶର୍ମା ଓ କେନ୍ଦୁଝର ଜିଲାପାଳ ଆଶିଷ ଠାକ୍‌ରେ ବିଭିନ୍ନ ସରକାରୀ ଯୋଜନା ଉପରେ ଆଲୋଚନା କରିଥିଲେ । ପରେ ନୂତନ ଭାବେ ପୌରପାଳିକା ପକ୍ଷରୁ ହୋଇଥିବା ପାଠାଗାର ପରିଦର୍ଶନ କରିବା ସହିତ ବାଚୁ ହଟିଂଠାରେ ଥିବା ବର୍ଜ୍ୟ ବସ୍ତୁ ପରିଚାଳନା ନିମନ୍ତେ ନିର୍ମାଣଧୀନ ମାଇକ୍ରୋ କମ୍ପୋଷ୍ଟିଂ ପ୍ଲାନ୍ଟ କୁ ଯାଇ ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିଲେ । ଏହା ପୂର୍ବରୁ ପଶ୍ଚିମ ଯୋଡାଠାରେ ଥିବା ବାୟୁ ପ୍ରଦୂଷଣ ସେନ୍ଟରର ତଦାରଖ କରିଥିଲେ । ବାସୁଦେବପୁରଠାରେ ଥିବା ଗ୍ରୀଡ୍ ଷ୍ଟେସନ , ମିରିଗିସିଙ୍ଗା କୁ ଥିବା ଓାଟର ପ୍ରୋଜେକ୍ଟ ପରିଦର୍ଶନରେ ଯାଇଥିଲେ । ଯୋଡା ପୌରପାଳିକା କାର୍ଯ୍ୟାଳୟଠାରେ ହୋଇଥିବା ସମୀକ୍ଷା ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଯୋଡା ପୌରପାଳିକାର ପରିମଳ ଅଧିକାରୀ ରାଜେନ୍ଦ୍ର କୁମାର ମିଶ୍ର ବର୍ଜ୍ୟବସ୍ତୁ ପରିଚାଳନା ଓ ପରିମଳ ବ୍ୟବସ୍ଥା ଉପରେ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ