ବର୍ଜ୍ୟ ବସ୍ତୁ ପରିଚାଳନା ତାଲିମ ଶିବିର ଅନୁଷ୍ଠିତ

ଯାଜପୁର, (ଯୁଗାବ୍ଦ ନ୍ୟୁଜ୍‌) : ବର୍ଜ୍ୟ ବସ୍ତୁ ପରିଚାଳନାକୁ ସୁ ନିୟନ୍ତ୍ରିତ କରିବା ପାଇଁ ପଦକ୍ଷେପ ଆରମ୍ଭ ହୋଇଚ୍ଥି । ପୂର୍ବରୁ ଯାଜପୁର ଓ ବ୍ୟାସନଗର ପୈାରାଞ୍ଚଳରେ ଏହାର ପରିଚାଳନା ପାଇଁ ଯେପରି ବୈଜ୍ଞାନିକ ଦୃଷ୍ଟିକୋଣ ଭିତ୍ତିକ ବହୁବିଧ ଊପଯୋଗୀ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଚ୍ଥି ଅନୁରୂପ ଭାବେ ଗ୍ରାମାଞ୍ଚଳରେ ମଧ୍ୟ ସେହିପରି ବ୍ୟବସ୍ଥା କରାଯିବ ବୋଲି ଭାରପ୍ରାପ୍ତ ଜିଲ୍ଳ୍‌ାପାଳ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ସୂଚନା ଦେଇଚ୍ଥନ୍ତି । ବୁଧବାର ପୂର୍ବାହ୍ନରେ ଜିଲ୍ଳ୍‌ା ଗ୍ରାମ୍ୟ ଊନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ବର୍ଜ୍ୟ ବସ୍ତୁ ପରିଚାଳନା ନିମିତ୍ତ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଶ୍ରୀ ନାୟକ ବର୍ଜ୍ୟ ବସ୍ତୁ ପରିଚାଳନା ଏକ ବିରାଟ ସମସ୍ୟା ହେଲେ ମଧ୍ୟ ବ୍ୟାପକ ସଚେତନତା ଓ ପାରସ୍ପରିକ ସହଯୋଗ ମଧ୍ୟରେ ଏହାର ସମାଧାନ କରାଯାଇପାରିବ ବୋଲି କହିଥିଲେ । ଦୁଇ ପୈାରାଞ୍ଚଳର ଅଧିବାସୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କାରଣରୁ ଘରକୁ ଘର ଅଳିଆ ସଂଗ୍ରହ ସପଂଳ ହୋଇଚ୍ଥି । ଇତି ମଧ୍ୟରେ ଶତାଧିକ ଗୃହ କର୍ତ୍ତା ମାନଙ୍କୁ ସ୍ୱଚ୍ଚ୍ଥ ଗୃହ ସମ୍ମାନରେ ମଧ୍ୟ ସମ୍ମାନିତ କରାଗଲାଣି । ଅପର ପକ୍ଷରେ ବିଭକ୍ତିକରଣ ମାଧ୍ୟମରେ ସଂଗ୍ରହ ହେଊଥିବା ଆବର୍ଜନାରୁ ମଧ୍ୟ ଖତ ସାର, ଜିଆ ଖତ ଇତ୍ୟାଚି ପ୍ରସ୍ତୁତ ହେବା ଦ୍ୱାରା ଜୈବିକ ସାରର ଆବଶ୍ୟକତା ବଢିଚ୍ଥି ଓ ଏହାଦ୍ୱ୍ୱାରା ରୋଜଗାର ମଧ୍ୟ ହୋଇପାରୁଚ୍ଥି ବୋଲି ଶ୍ରୀ ନାୟକ କରିଥିଲେ । ଏହି ଅବସରରେ ଯାଜପୁର ପୈାର ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି ପୈାରାଞ୍ଚଳର ବର୍ଜ୍ୟ ବସ୍ତୁ ପରିଚାଳନା ସଂପର୍କରେ ମତାମତ ଓ ତା ଦ୍ୱାରା ପରିଚାଳନା ବ୍ୟବସ୍ଥା ସଂପର୍କରେ ବିସ୍ତୃତ ଅବଗତ କରାଇଥିଲେ । ବର୍ତ୍ତମାନ ଯାଜପୁର ବ୍ଳ୍‌କର ସୁଜନପୁର ଓ ମାର୍କଣ୍ଡପୁର ଏବଂ ଧର୍ମଶାଳା ବ୍ଳ୍‌କର ସୁନ୍ଦରିଆ ପଞ୍ଚାୟତକୁ ସତନ୍ତ୍ର ଭାବେ ଚିହ୍ନଟ କରାଯାଇ କାର୍ଯ୍ୟ ଆରମ୍ଭ ହୋଇଚ୍ଥି । ଏନୁମେରେଟର ମାନଙ୍କ ଦ୍ୱାରା ଘରକୁ ଘର ସର୍ଭେ ଓ କେଊଁ ଘରୁ କେତେ କି ପ୍ରକାର ଅଳିଆ ବାହାରୁଚ୍ଥି ସେ ସଂପର୍କରେ ତଥ୍ୟ ସଂଗ୍ରହ କରି ଡାଟା ବେସ୍ ପ୍ରସ୍ତୁତ କରାଯାଇ ପ୍ରକଳ୍ପ କାର୍ଯ୍ୟ ଚୁଡାନ୍ତ ହୋଇଚ୍ଥି । ଜୈବିକ କ୍ଷମତା ଥିବା ଓ ନ ଥିବା ଆବର୍ଜନାକୁ ବିଭକ୍ତ କରାଯାଇ ତାହାର ଊପଯୋଗ କରାଯିବ ବୋଲି ଜଳ ଣ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ଅମୀୟ କୁମାର ପରିଜା କହିଥିଲେ । ଏହି ପ୍ରକଳ୍ପ କାର୍ଯ୍ୟରେ ଯେପରି ପୈାରାଞ୍ଚଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସାମିଲ କରାଯାଇଚ୍ଥି , ସେହିପରି ଗ୍ରାମାଞ୍ଚଳରେ ମଧ୍ୟ ସେମାନଙ୍କୁ ଅନ୍ତର୍ଭୁକ୍ତ କରାଯିବ । ଲୋକ ମାନଙ୍କର ବ୍ୟବହାରଗତ ପରିବର୍ତ୍ତନ ଏହି ପ୍ରକଳ୍ପକୁ ସପଂଳ କରିବା ସହିତ ଏକ ସୁସ୍ଥ ପରିବେଶରେ ସହାୟକ ହୋଇପାରିବ ବୋଲି କାର୍ଯ୍ୟ ପରାମର୍ଶଦାତା ଯୋଗେନ୍ଦ୍ର ସିଂ ମତ ଦେଇଚ୍ଥନ୍ତି । ବର୍ତ୍ତମାନ ରାଜ୍ୟରେ ୧୫୩ ଓ ଆମ ଜିଲ୍ଳ୍‌ାରେ ତିନୋଟି ପଞ୍ଚାୟତ ନିଆଯାଇଥିଲେ ମଧ୍ୟ ଜିଲ୍ଳ୍‌ାର ସମସ୍ତ ୩୧୧ ଗୋଟି ପଞ୍ଚାୟତରେ ଏହି ବ୍ୟବସ୍ଥା ଲାଗୁ ହେବ ବୋଲି ଅନ୍ୟତମ ପରାମର୍ଶଦାତା ପ୍ରତ୍ୟୁଷ ଚୈାଧୁରୀ କହିଚ୍ଥନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଏହି ଶିବିରରେ ଯାଜପୁର ଗୋଷ୍ଠୀ ଊନ୍ନୟନ ଅଧିକାରୀ ସୈାରଭ ଚକ୍ରବର୍ତ୍ତୀ, ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଳ୍‌ା ପରିମଳ ପରାମର୍ଶଦାତା ଦିଲିପ ମଣ୍ଡଳ , ମାନସ ରଂଜନ ସାହାଣୀ, ମାଷ୍ଟର ଟ୍ରେନର ଦୋଳ ଗୋବିନ୍ଦ ଦାସ, ଏ.ପି.ଡି. ମଧୁମିତା ପୃଷ୍ଟି, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ସଂଯୋଜକ ଚିନ୍ମୟ ସିଂ ଓ ଅନ୍ୟାନ୍ୟ ବିଭାଗୀୟ କର୍ମକର୍ତ୍ତା ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ