ବର୍ଣାଳୀ କବିତା ପୁସ୍ତକ ଉନ୍ମୋଚିତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା):ଓଡ଼ିଶାର ଗଣ ପର୍ବ ରଜ ଅବସରରେ ପାରଳାର ଯୁବ କବି ଅଞ୍ଜନା ପଟ୍ଟନାୟକ ଙ୍କ ଦ୍ଵାରା ସ୍ବରଚିତ କବିତା ପସରା ବର୍ଣାଳୀ ପୁସ୍ତକ ଶୁଭ ଉନ୍ମୋଚନ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମହନ୍ତ ମହାରାଜ ଶ୍ରୀ ରାମାନନ୍ଦ ଦାସ କାର୍ଯ୍ୟକ୍ରମ କୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିବା ବେଳେ ମୁଗ୍ଧା ପଟ୍ଟନାୟକ ସ୍ଵାଗତ ଭାଷଣ ଦେଇଥିଲେ। ଯୁବ କବି ଅଞ୍ଜନା ପଟ୍ଟନାୟକ ନିଜ ପୁସ୍ତକ ସମ୍ବନ୍ଧ ରେ କିଛି ଅନୁଭବ କଥା ପ୍ରକାଶ କରି ଥିଲେ।ଏହା ପରେ ସଭାରେ ମୁଖ୍ୟ ଅତିଥି ଭାବରେ ପାରଳା ପୌରଧକ୍ଷା ନିର୍ମଳା ସେଠୀ,ମୁଖ୍ୟ ବକ୍ତା ଭାବେ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ସରୋଜ ପଣ୍ଡା ,ବିଶିଷ୍ଟ ଅତିଥି ଭାବେ ପୂର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ , ବିଶିଷ୍ଟ ଆଲୋଚକ ଭାବେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଅଧ୍ୟକ୍ଷ ଅରବିନ୍ଦ ଦାସ ଓ ଶିକ୍ଷକ କରୁଣା ନିଧି ପଟ୍ଟନାୟକ ନିଜ ନିଜର ପ୍ରେରଣା ଦାୟକ ଅଭିଭାଷଣ ପ୍ରଦାନ କରିବା ସହ ପୁସ୍ତକ ର କବିତା ଓ କବି ଅଞ୍ଜନା ଙ୍କ ବିଷୟ ରେ ମତାମତ ପ୍ରଦାନ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ର ସଦସ୍ୟ ବିଚିତ୍ରl ନନ୍ଦ ବେବର୍ତ୍ତା ସମଗ୍ର କାର୍ଯ୍ୟକ୍ରମ ଟିକୁ ସଂଯୋଜନା କରିଥିଲେ।ଶେଷରେ ସ୍ଵାଧୀନ ତନୟା ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ ଅନେକ ମାତ୍ରା ରେ ସାରସ୍ଵତ ପ୍ରେମୀ ଉପସ୍ଥିତ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ