ବର୍ଦ୍ଧିତ ପିଆଜ ଦରକୁ ନେଇ ଚିନ୍ତାରେ ଗ୍ରାହକ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ପୁଣି ବଢିଲା ପିଆଜ ଦର। ସମଗ୍ର କନ୍ଧମାଳ ଜିଲ୍ଲାରେ ପିଆଜର ଖୁଚୁରା ମୂଲ୍ୟ କିଲୋ ପ୍ରତି ୬୦ ଟଙ୍କାରେ ପହଞ୍ଚିଛି। ଯାହାକୁ ନେଇ ଦେଖାଦେଇଛି ଖାଉଟି ଅସନ୍ତୋଷ। ପିଆଜର ଖୁଚୁରା ମୂଲ୍ୟ କିଲୋ ପିଛା ୬୦ ଟଙ୍କା ଥିବା ବେଳେ ଗ୍ରମୀଣ ବଜାର ସେମାନଙ୍କୁ ପିଲୋଗ୍ରାମ ପିଛି ୬୨ରୁ ୬୫ ଟଙ୍କାରେ ବିକ୍ରି କରୁଛନ୍ତି। ଫେବୃଆରୀ ଦ୍ୱିତୀୟ ସପ୍ତାହର ମୂଲ୍ୟ ତୁଳନାରେ ପିଆଜର ମୂଲ୍ୟ ୧୦ ଟଙ୍କା ବୃଦ୍ଧି ପାଇଛି।ସୂଚନାଯୋଗ୍ୟ, ଫେବୃଆରୀ ୨୦୨୦ରେ କିଲୋଗ୍ରାମ ପ୍ରତି ପିଆଜର ମୂଲ୍ୟ ୨୫ରୁ ୩୦ ଟଙ୍କା ରହିଥିଲା। ମହାରାଷ୍ଟ୍ରର ନାସିକ୍ ଅଞ୍ଚଳରେ ଲଗାତାର ବର୍ଷା ପିଆଜ ଦର ବୃଦ୍ଧିର ମୁଖ୍ୟ କାରଣ ସାଜିଛି ଅଞ୍ଚଳର ଜୈନେକ ପିଆଜ ବ୍ୟବସାୟୀ ପ୍ରକାଶ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ