ବର୍ଦ୍ଧିତ ବିଦ୍ୟୁତ୍ ଦର ପ୍ରତ୍ୟାହାର ପାଇଁ ବିକ୍ଷୋଭ
କଟକ,(ଦୀପକ୍ କୁମାର ବେଉରା): ବିଦ୍ୟୁତ୍ ଦର ବୃଦ୍ଧିକୁ କଂଗ୍ରେସର ତୀବ୍ର ବିରୋଧ। ଏଥିପାଇଁ କଟକ ନଗର କଂଗ୍ରେସ ପକ୍ଷରୁ ଆଜି ରାଣୀହାଟ ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଓଇଆରସି ଏବଂ ରାଜ୍ୟ ସରକାର ବିଦ୍ୟୁତ୍ ୟୁନିଟ୍ ପିଛା ୨୦ ପଇସା ବଢାଇଥିବାବେଳେ ଏହାକୁ ତୁରନ୍ତ ପ୍ରତ୍ୟାହାର ପାଇଁ ବିକ୍ଷୋଭକାରୀମାନେ ଦାବି କରିଥିଲେ। ଗୋଟିଏ ପଟେ କରୋନାର କରାଳ ରୂପ ଆଉ ଗୋଟିଏ ପଟେ ବିଦ୍ୟୁତ୍ ଦର ସାଧାରଣ ଲୋକମାନଙ୍କ ଉପରେ ବୋଝ ସଦୃଶ ବୋଲି କହିଛି ଦଳ। ଗତ ମାର୍ଚ୍ଚ ଓ ଏପ୍ରିଲ୍ ମାସ ଠାରୁ ବିଦ୍ୟୁତ୍ ବର୍ଦ୍ଧିତ ଦର କମାଇବାକୁ ରାଜ୍ୟବାସୀ ଦାବି କରି ଆସୁଥିବାବଳେ ସରକାର ଦାବିକୁ ଯଥାର୍ଥ ନ ମାନି ଦର ବୃଦ୍ଧି କରିଛନ୍ତି। ବର୍ତ୍ତମାନ ସମୟରେ ଗରିବ ଦିନ ମଜୁରିଆ, ଶ୍ରମିକ,ଉଠାଦୋକାନୀ ଆଦି ଲୋକମାନଙ୍କ ପକଟରେ ଅର୍ଥର ଘୋର୍ ଅଭାବ ଦେଖା ଦେଇଥିବା ବେଳେ ସରକାରଙ୍କ ଏଭଳି ନିଷ୍ପତ୍ତି କୁ କଡା ସମାଲୋଚନା କରିଛି ନଗର କଂଗ୍ରେସ। ସେହିପରି ପ୍ରତ୍ୟକ ଦିନ ସହରରେ ଅଘୋଷିତ ବିଦ୍ୟୁତ୍ କାଟ୍ କୁ ମଧ୍ୟ ବିରୋଧ କରିଛି ଦଳ। ତେବେ ସରକାର ବା ଓଇଆରସି ଦର ବୃଦ୍ଧି କୁ ତୁରନ୍ତ ପ୍ରତ୍ୟାହାର ନ କରନ୍ତି ଏହି ଆନ୍ଦୋଳନକୁ ରାଜ୍ୟବ୍ୟାପୀ କରାଯିବ ବୋଲି ସିଧାସଳଖ ଚେତାଇ ଦେଇଛି କଟକ ନଗର କଂଗ୍ରେସ। ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଙ୍କ ନେତୃତ୍ୱରେ ବହୁ କଂଗ୍ରସ କର୍ମିମାନେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଙ୍କ ମାଧ୍ୟମରେ ବିଦ୍ୟୁତ୍ ନିୟମ ଆୟୋଗ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ।