ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତ୍ୟାହାର ଦାବୀ ନେଇ ସାଉଥକୋ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ଛତ୍ରପୁର, (ଦେବଦତ୍ତ ମହାରଣା):ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତ୍ୟାହାର ଦାବୀ ନେଇ ବୁଧବାର ଛତ୍ରପୁର ବିଦ୍ୟୁତ ଉପଭୋକ୍ତା ସଂଘ ପକ୍ଷରୁ ସିପିଆଇ ପାର୍ଟିର ରାଜ୍ୟ ନେତା ଏନ.ନାରାୟଣ ରେଡ୍ଡୀ ଏବଂ ଛତ୍ରପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ଭାଗୀରଥୀ ବେହେରାଙ୍କ ନେତୃତ୍ୱରେ ଛତ୍ରପୁର ସ୍ଥିତ ସାଉଥକୋ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବର୍ଦ୍ଧିତ ବିଦ୍ୟୁତ ଦର ତୁରନ୍ତ ପ୍ରତ୍ୟାହାର କରିବା ନିମନ୍ତେ ବିଦ୍ୟୁତ ଉପଭୋକ୍ତା ସଂଘ ପକ୍ଷରୁ ସାଉଥକୋ ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କୁ ଭେଟି ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ଏଥିରେ ସିପିଆଇ ଜିଲ୍ଲା ସହ -ସଂପାଦକ ନୀଳକଣ୍ଠ ଦାସ,ଛତ୍ରପୁର ଜୋନାଲ ସଂପାଦକ ଏସ୍.କ୍ରିଷ୍ଣା ରେଡ୍ଡି, ଶ୍ରମିକ ନେତା ଦୁର୍ଯ୍ୟୋଧନ ନାହାକ,ପ୍ରଫୁଲ୍ଲ ପାଣିଗ୍ରାହୀ, ନବୀନ ଗୈାଡ , ବରିଷ୍ଠ କଂଗ୍ରେସ ନେତା ଗଣପତି ବାରିକ,ମହେଶ ଗୌଡଙ୍କ ସମେତ ବହୁ ସଂଘର ସଦସ୍ୟ ମାନେ ଉପସ୍ଥିତ ଥିଲେ ।