ବର୍ଷପରେ ବର୍ଷ ବିତିଲା, ହେଉନି ରାସ୍ତା କି ପୋଲ ନିର୍ମାଣ

ହାଟଡ଼ିହି, (ବିକାଶ ବିଶ୍ୱାଳ):ବର୍ଷ ପରେ ବର୍ଷ ବିତିଲା ହେଲେ ନିର୍ମାଣ ହେଲାନି ଅଢ଼େଇଦ୍ୱାର ଗାଁର ପୋଲ କିମ୍ବା ରାସ୍ତା । ଫଳରେ ସାମାନ୍ୟ ବର୍ଷା ହେଲେ ଗାଁ ଲୋକେ ବାହାରକୁ ବାହାରି ପାରୁ ନାହାନ୍ତି କି ସ୍କୁଲ କଲେଜ ଛାତ୍ରଛାତ୍ରୀମାନେ ସ୍କୁଲ କଲେଜ ଯାଇ ପାରୁନାହାନ୍ତି । ଏନେଇ ଗ୍ରାମବାସୀମାନେ ଆଜକୁ ୧୦ବର୍ଷ ହେଲା ଅଭିଯୋଗ ପରେ ଅଭିଯୋଗ କରିଚାଲିଥିଲେବି ପ୍ରଶାସନର କୁମ୍ଭକର୍ଣ୍ଣର୍ ନିଦ୍ରା ଭାଙ୍ଗୁନି । ଗାଁ ଲୋକଙ୍କ ଅଭିଯୋଗ ଅନୁଯାଇ ଏହି ଗାଁଟି ଷଡଙ୍ଗ ପଞ୍ଚାୟୟତ ଅଧିନରେ ଥିବାବେଳେ ଗାଁରେ ଦେଢ଼ଶହରୁ ଉର୍ଦ୍ଧ ପରିବାର ବସବାସ କରୁଛନ୍ତି । ଗାଁର ଲୋକମାନଙ୍କ ମୁଖ୍ୟତଃ ଚାଷ ଉପରେହିଁ ନିର୍ଭରଶରୀଳ । ଗାଁର ଅଧିକାଶଂ ପରିବାର ଚାଷ ଉପରେ ହିଁ ନିର୍ଭରଶୀଳ । ସେମାନଙ୍କ ମୁଖ୍ୟ ସମସ୍ୟା ହେଉଛି ରାସ୍ଥା ଓ ପୋଲ । ଗାଁ ଠାରୁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଯାଇଥିବା ରାସ୍ତାଟି ମରାମତି ଅଭାବରୁ ପଙ୍କ କାଦୁଅରେ ଭରପୁର ହୋଇଥିବାବେଳେ ଏହି ରାସ୍ତା ଉପରେ ତôବା ପୋଲଟି ଦୀର୍ଘ ୧୦ବର୍ଷ ତଳୁ ଭୁଷୁଡି ପଡିଛି ଯେ ଆଉ ନିର୍ମାଣ ହେଉନି । ସରକାର ବିଭିନ୍ନ ଯୋଜନାରେ ପ୍ରତ୍ୟେକ ଗାଁର ରାସ୍ତା ଗୁଡିକୁ ନିର୍ମାଣ କରୁଥିବାବେଳେ ଅନେକ ଗାଁକୁ ପକ୍କା ଓ ପିଚୁ ସଡକ ନିର୍ମାଣ ହୋଇଛି । କିନ୍ତୁ ଏହି ଗାଁକୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତାଟିଏ ନିର୍ମାଣ କରାଯାଇ ପାରିଲାନି । ନିର୍ବାଚନ ପରେ ନିର୍ବାଚନ ଆସୁଛି ହେଲେ ଏହି ଗାଁର ଭାଗ୍ୟ ବଦଳି ପାରୁନି । ଗାଁ ଠାରୁ ଆର.ଡି ରୋଡ ପର୍ଯ୍ୟନ୍ତ ଦୁରତା ମାତ୍ର ଦେଢ଼ କିଲୋମିଟର ହୋଇଥିବାବେଳେ ଏହାକୁ ନିର୍ମାଣ କରିବାପାଇଁ କେହି ପଦକ୍ଷେପ ନେଉ ନାହାନ୍ତି । ସେହିପରି ଗାଁ ରାସ୍ତାରେ ପୁର୍ବରୁ ଥିବା ପୋଲଟି ଦୀର୍ଘ ୧୦ବର୍ଷ ହେଲା ଭାଙ୍ଗି ପଡିଥିବାବେଳେ ଆଜି ପର୍ଯ୍ୟନ୍ତ ତାହାକୁ ନିର୍ମାଣ କରାଗଲାନି । ଫଳରେ ବର୍ଷାଦିନ ଆସିଲେ ଗାଁ ଲୋକଙ୍କ ଚିନ୍ତା ବଢ଼ିଯାଏ । ଗାଁଠରୁ ଆର.ଡି ରୋଡଟି ଅନେକ ସ୍ଥାନରେ ବୁଡିଯିବା ସହିତ ଭଙ୍ଗା ପୋଲ ଉପରେ୮ରୁ ୧୦ଫୁଟ ଉଚ୍ଚର ପାଣି ଚାଲେ । ଫଳରେ ଗାଁ ଲୋକେ ଜଳବନ୍ଦୀ ଅବସ୍ଥାରେ କାଳାତିପାତ କରନ୍ତି । ଏଠାରେ ନଦୀ ନଥାଇ ମଧ୍ୟ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ । ପୋଲଟି ଉପରେ ୬/୭ ଫୁଟ ଉଚ୍ଚର ପାଣି ଚାଲିବାଦ୍ୱାରା ସ୍କୁଲ କଲେଜ ଛାତ୍ରଛାତ୍ରୀମାନେ ବାହାରକୁ ବାହାରି ପାରନ୍ତି ନାହିଁ । ଗାଁରେ ସ୍କୁଲ ନଥିବାରୁ ଛାତ୍ରଛାତ୍ରୀମାନେ ଷଡଙ୍ଗ ସ୍କୁଲ ଓ କଲେଜକୁ ଯାଇନପାରି ଶିକ୍ଷାଲାଭର ବଞ୍ଚିତ ହେଉଛନ୍ତି । ଏପରିକି ଆମ୍ବୁଲାନସ କି ଦମକଳ ଟିଏ ମଧ୍ୟ ଗାଁକୁ ଯାଇ ପାରୁନି । ଏନେଇ ଗ୍ରାମବାସୀମାନେ ବାରମ୍ବାର ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସବୁଠି ଅଭିଯୋଗ କରି ରାସ୍ତା ଓ ପୋଲ ନିର୍ମାଣ ପାଇଁ ଦାବି ଆସୁଥିଲେବି କେହି ଶୁଣୁ ନଥିବା ଗ୍ରାମବାସୀମାନେ କହିଛନ୍ତି । ୪ବର୍ଷ ତଳେ ତତକାଳୀନ ବିଧାୟକ ଜିଲ୍ଲା ପ୍ରକଳ୍ପ ସଂଯୋଜକ ପାଦରେ ଚାଲିଚାଲି ଏହି ଗ୍ରାମର ରାସ୍ତା ପରିଦର୍ଶନ କରିବାପରେ ଗାଁ ଲୋକଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ତୁରନ୍ତ ଏହାକୁ ଡିଏମଏଫ ଯୋଜନା ଅନୁଦାନରେ ନିର୍ମାଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେବି ଏହା ଡିଏମଏଫ ଏରିଆ ଭିତରେ ଯାଉ ନଥିବାରୁ ପ୍ରତିଶୃତି ପୁରଣ ହୋଇ ପାରିଲାନାହିଁ । ନିର୍ବାଚନ ଆସିଲେ ନେତାମାନେ ଗାଁକୁ ଆସି ଖାଲି ପ୍ରତିଶୃତି ଦେଇ ଭୋଟ ହାତେଇବାପରେ ଆଉ ପଚାରୁ ନାହାନ୍ତି ବୋଲି ଗାଁ ଲୋକମାନେ କହିଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ପଦକ୍ଷେପ ନେବାକୁ ଗ୍ରାମର କରୁଣାକର ବାରିକ, ରମେଶ କୁମାର ମିଶ୍ର, ଶେଷଦେବ ସା, ମଦନ ସ୍ୱାଇଁ, ଚନ୍ଦ୍ରମଣି ବେହେରା, ପୁର୍ଣ୍ଣଚନ୍ଦ୍ର ଦାସ, ମନୋଜ କୁମାର ଦାସ, ରବିନ୍ଦ୍ର ଦାସ, ଚକ୍ରଧର ସାହୁ, ପ୍ରଶାନ୍ତ କୂମାର ସା ପ୍ରମୁଖ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ