ବର୍ଷାଦିନେ ଶରୀରର ଯତ୍ନ
ଏବେ ବର୍ଷାଋତୁ ଚାଲିଛି। ସାରା ବିଶ୍ବବାସୀ କରୋନାକୁ ନେଇ ଆତଙ୍କିତ। ଏହି ଋତୁରେ ଲୋକମାନେ ଅନେକ ପ୍ରକାରର ରୋଗରେ ପଡିଥାନ୍ତି । ସେଥିରୁ କେତେକ ରୋଗ କରୋନା ଲକ୍ଷଣ ପରିସରଭୁକ୍ତ। ଏଥିପାଇଁ ସମସ୍ତେ ନିଜ ନିଜର ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ଉଚିତ୍ ।
ରୋଗ ପ୍ରତିଷେଧକ ଶକ୍ତି ବଢାନ୍ତୁ- ଏହିଦିନରେ ନିଜ ଡାଏଟରେ କିଛି ପରିବର୍ତ୍ତନ କରିବା ଉଚିତ୍ । ସେଥିପାଇଁ ନିଜ ଡାଏଟରେ ଏଭଳି ଖାଦ୍ୟ ପଦାର୍ଥ ସାମିଲ କରନ୍ତୁ ଯାହା ଆପଣଙ୍କ ରୋଗ ପ୍ରତିଷେଧକ ଶକ୍ତି ବଢାଇବାରେ ସହାୟକ ହେବ । ଆପଣ ଚାହିଁଲେ ଦିନେ ବ୍ରୋକଲି, ଗାଜର, ହଳଦୀ ରସୁଣ ଓ ଅଦା ଭଳି ଜିନିଷ ଡାଏଟରେ ସାମିଲ କରିପାରିବେ । ଅଦା ଓ ରସୁଣରେ ଆଣ୍ଟିବ୍ୟାକ୍ଟେରିଆଲ୍ ଭଳି ତତ୍ୱ ରହିଥାଏ, ଯାହା ଥଣ୍ଡା, ସର୍ଦ୍ଦି ଆଦି ବେମାରୀ ଦୂର କରିଥାଏ ।
ଯଥାସମ୍ଭବ ବାହାର ଖାଦ୍ୟ ଖାଆନ୍ତୁ ନାହିଁ- ବର୍ଷାଦିନେ ବାହାର ଖାଇବା ଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ । ଅଧିକ ସମୟ ଯାଏଁ କଟା ହୋଇ ରହିଥିବା ଫଳ ତଥା ପନିପରିବା ଖାଆନ୍ତୁ ନାହିଁ । କାରଣ ଏଥିରେ ବ୍ୟାକ୍ଟେରିଆ ଆଶଙ୍କା ରହିଥାଏ ।
ଶରୀରର ଯତ୍ନ ନିଅନ୍ତୁ- ବର୍ଷା ଦିନେ ଆଲର୍ଜି, ଇନଫେକସନ୍, ଭାଇରାଲ ଫିଭର ଓ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ହେବାର ଆଶଙ୍କା ରହିଥାଏ । ଏହି ଦିନେ ବର୍ଷାରେ ଭିଜିବାରୁ ବଞ୍ଚନ୍ତୁ । ଯଦିବି ବର୍ଷାରେ ଭିଜୁଛନ୍ତି ତାହେଲେ ଘରକୁ ଆସି ପୁଣିଥରେ ସଫା ପାଣିରେ ଗାଧାନ୍ତୁ ।
ମଶା କାମୁଡାରୁ ନିଜକୁ ରକ୍ଷା କରନ୍ତୁ- ବର୍ଷା ଋତୁରେ ମ୍ୟାଲେରିଆ ଆଶଙ୍କା ବଢିଯାଇଥାଏ । ଏଥିପାଇଁ ଏହିଦିନରେ ମଶା କାମୁଡାରୁ ନିଜକୁ ବଞ୍ଚାଇବା ଖୁବ୍ ଜରୁରୀ । ସେଥିପାଇଁ ଘରକୁ ପରିଷ୍କାର ପରିଚ୍ଛନ୍ନ କରିବା ସହ ଆଖପାଖ ସ୍ଥାନରେ ପାଣି ଜମି ରହିବାକୁ ଦିଅନ୍ତୁ ନାହିଁ ।
ଏକ୍ସରସାଇଜ୍- ନିଜ ଡାଏଟରେ ପରିବର୍ତ୍ତନ କରିବା ସହ ପ୍ରତିଦିନ ଏକ୍ସରସାଇଜ୍ କରନ୍ତୁ । ଆପଣ ଚାହିଁଲେ ପ୍ରତିଦିନ କିଛିନା କିଛି ଯୋଗ, ଷ୍ଟ୍ରେଚିଂ ସହ ଏକ୍ସରସାଇଜ୍ କରନ୍ତୁ ।


