ବର୍ଷାଦିନ ପୂର୍ବରୁ ଚାଷ ଜମିରୁ ଜଳ ନିଷ୍କାସନ ଜରୁରୀ: ଆତ୍ମା ଅଧ୍ୟକ୍ଷ

ପିପିଲି (ଜୁଗାବ୍ଦ ନ୍ୟୁଜ୍‍): ମହାବାତ୍ୟା ଫାନି ଆଣି ଦେଇଛି ଚାଷୀଙ୍କ ପାଇଁ ବଡ଼ ସମସ୍ୟା ଓ ଦୁଃଖଦ ଘଟଣା । ମହାବାତ୍ୟାରେ ଜାତୀୟ ରାଜପଥ ଓ ଗ୍ରାମ୍ୟ ରାସ୍ତାକୁ ସଫା କରିବା ପାଇଁ ଓଡ୍ରାଫ ଟିମ୍, ଦମକଳ ବାହିନୀ, ବିଭିନ୍ନ ସ୍ୱଚ୍ଛାସେବୀ ସଂଗଠନକୁ ସରକାର ନିୟୋଜିତ କରିଥିଲେ । ତାହା ମଧ୍ୟ ବହୁତ ସୁନ୍ଦର ଭାବେ ସଫା କାର୍ଯ୍ୟ ହୋଇଥିଲା । କାରଣ ସେହି ରାଜପଥ ଦେଇ ବହୁ ରାଜନେତା ଓ ପ୍ରଶାସନିକ ଅଧିକାରୀ ଯିବା ଆସିବା କରିବେ । ହେଲେ ଦୁଃଖ ଓ ପରିତାପର ବିଷୟ ଚାଷୀଙ୍କ ସମସ୍ୟାକୁ ଟିକେ ବି ସରକାର କି ପ୍ରଶାସନ ବିଚାର କରୁନି କି ସେମାନଙ୍କୁ ଚାହୁଁ ନାହାନ୍ତି । ଖରାଦିନେ ଚାଷୀର ଜମିରେ ଧାନଚାଷ ଓ ପରିବା ଚାଷ ମହାବାତ୍ୟା ଫାନି ସବୁ ନଷ୍ଟ କରି ଦେଇଛି । ଏବେ ଚାଷୀ ଅଣ୍ଟା ସଳଖ କରି ଠିଆ ହେବା ସମ୍ଭବ ନୁହେଁ । ମହାବାତ୍ୟା ପରେ ଚାଷୀର ବଡ ସମସ୍ୟା ହୋଇଛି ବର୍ଷାଦିନେ ଚାଷ ଜମୀରୁ ପାଣି ନିସ୍କାସନ ହେବ କିପରି? ଏହି ମହାବାତ୍ୟା ଫାନି ଚାଷୀ କୂଳର ବାଧକ ସାଜିଛି । ଜଳ ନିଷ୍କାସନ କେନାଲ ଓ ସଫେଇ ଡ୍ରେନ୍ଜେ ବାଟରେ ପଡିଛି ବଡ ବଡ ଗଛ ସେଗୁଡିକ ବର୍ଷାଦିନ ପାଣିକୁ ଅଟକାଇ ରଖିବ । ଚାଷ ଜମିରୁ ପାଣି ନିଷ୍କାସନ ହୋଇ ପାରିବନାହିଁ । ଶହ ଶହ ଏକର ଧାନଚାଷ ପାଣିରେ ବୁଡି ନଷ୍ଟ ହେବ । ସେହି ଚାଷ ଜମିରୁ ପାଣି ନିଷ୍କାସନ ହୋଇ ନପାରିଲେ ଆଗକୁ ଆନ୍ଦୋଳନର ରୂପ ନେବ । ଏହି ଘଟଣାକୁ ଜିଲ୍ଲାପାଳ ଓ ବିଧାୟକ ଗୁରୁତର ଭାବେ ନେଇ ପିପିଲି ବ୍ଲକର ଚାଷ ଜମିରୁ ଜଳ ନିଷ୍କାସନ କରିବା ନିମନ୍ତେ ଦୃଷ୍ଟି ଦେବାକୁ ତେଇସିପୁର ସମିତିସଭ୍ୟ ତଥା ଆତ୍ମା ଅଧ୍ୟକ୍ଷ ଧରଣୀଧର ସାହୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ