ବର୍ଷାରେ ଗଛ ପଡି ଭାଙ୍ଗିଲା ୫ ଘର, ୩ ଆହତ, ୪ଘଣ୍ଟା ଧରି ରାସ୍ତା ଅବରୋଧ
ମୋହନା, (ଅଂଶୁମାନ ପଣ୍ଡା):ବିଳମ୍ବିତ ରାତିରେ ଘର ଉପରେ ଉପୁଡି ପଡିଲା ଗଛ, ଫଳରେ ୫ ଜଣକ ଘର ଭାଙ୍ଗି ଯାଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଘଟଣା ଘଟିଛି ଗଜପତି ଜିଲ୍ଲା ଅଡ଼ବା ଥାନା ଦୁର୍ଗମ ଅଞ୍ଚଳ ର ଗରଡ଼ମା ଗାଁରେ । ରାତିରେ ବର୍ଷା ହେବା ଫଳରେ ଗାଁର ରାସ୍ତା ପାଶ୍ୱରେ ଥିବା ଏକ ବିରାଟ କାୟ ଗଛ ଉପୁଡି ପଡ଼ି ରାସ୍ତା ଅବରୋଧ ହେବା ସହ ଘର ସୁଇଥିବା ବେଳେ ଘର ଉପରେ ଗଛ ପଡି ଯିବାରୁ ଗାଁର ଜଳେନ୍ଦ୍ର ମାଳବିଷୋୟୀ, ସେଲିନ ମାଳବିଷୋୟୀ, ରାମନ ମାଳବିଷୋୟୀ ଓ ବୁଡ଼ରି ମାଳ ବିଷୋୟୀଙ୍କ ଘର ଭାଙ୍ଗି ଯାଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ରାତିରେ ଶୋଇ ଥିବା ଶବ୍ଦ ଶୁଣି ଭୟରେ ଲୋକେ ଘରୁ ବାହାରକୁ ଚାଲିଯାଇଥିଲେ । ଘର ଭିତରେ ଫସି ରହିଥିବା ତିନି ଜଣ ଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଥିଲେ ରାସ୍ତା ଉପରେ ଗଛ ପଡିଥିବାରୁ ମୋହନା ବ୍ଲକ ପାଣିଗଣ୍ଡା ଠାରୁ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ରାସ୍ତା ଅବରୋଧ ହୋଇଥଲା । ଯାତାୟତ ବାଧା ପ୍ରାପ୍ତ ହୋଇଛି । ଖବର ପାଇ ଘଟଣା ସ୍ଥଳରେ ଚନ୍ଦ୍ରପୁର ଅଗ୍ନିଶମ ବହିନୀ ପହଂଚି ଘର ଉପରୁ ଗଛ କାଟି ହଟାଇଥିଲେ ପ୍ରାୟ ୪ଘଣ୍ଟା ପରେ ରାସ୍ତା ରୁ ଗଛ କାଟି ରାସ୍ତା ଅବରୋଧ ଖୋଲି ଥିଲା ଆହାତ ମାନଙ୍କୁ ସ୍ଥାନୀୟ ଚନ୍ଦ୍ରପରୁ ମେଡ଼ିକାଲ୍ ରେ ଭର୍ତ୍ତି କରିଥିଲେ ଅଗ୍ନିଶମ ବିଭାଗ ସେପଟେ ଖବର ପାଇ ଅଡବା ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ରୁ ଥବିର ପଣ୍ଡା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି