ବର୍ଷାରେ ଧାନ ତଳି ନଷ୍ଟ, ବିହନ ଯୋଗାଇ ଦେବାକୁ ଦାବୀ

ବନ୍ତ, (ଚାନ୍ଦିନୀ ମହାନ୍ତି):ଲଘୁଚାପ ଜନିତ ବର୍ଷା ଓ କପାଳୀ, ରେବ ନଦୀ ଜଳରେ ବନ୍ତ ବ୍ଲକର ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇ ଧାନ ତଳି ଓ ରୁଆ ଧାନ ନଷ୍ଟ ହୋଇଥିବା ଜଣାଯାଇଛି । ଫଳରେ ଚଳିତ ଖରିଫ ଋତୁ ପାଇଁ ଚାଷ କାର୍ଯ୍ୟ ଆଗେଇ ନେଉଥିବା ଚାଷୀ ମାନଙ୍କର ମେରୁଦଣ୍ଡ ସଂପୂର୍ଣ୍ଣ ଭାଙ୍ଗି ଯାଇଛି । ଧାରକରଜ କରି ବିହନ କିଣି ତଳି ପକାଇଥିବା ଓ ଧାନ ରୋଇଥିବା ଚାଷୀ ମାନେ ଏବେ ମୁଣ୍ଡରେ ହାତ ଦେଇଛନ୍ତି । ତେବେ ରାଜ୍ୟ ସରକାର ଚାଷୀ ମାନଙ୍କୁ ବିହନ ଯୋଗାଇ ଦେବାକୁ ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ