ବର୍ଷାରେ ଭୁଶୁଡିଲା ଏନଏଚର ପ୍ରୋଟେକସନ ୱାଲ ଓ ଡ୍ରେନ

ବୌଦ୍ଧ ,  (ଯୁଗାବ୍ଦ ନ୍ୟୁଜ) ବୌଦ୍ଧ ଜିଲ୍ଲା ହରଭଙ୍ଗାବ୍ଲକର କରଡାକୋଠା ଓ ମାରଦିଙ୍ଗ ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ପାର୍ଶ୍ଵରେ ଠିକାଦାରଙ୍କ ଦ୍ୱାରା ନିମ୍ନ ମାନର କାମ ହେବା ଯୋଗୁଁ ସାଧାରଣ ବର୍ଷାରେ  ନବ ନିର୍ମିତ କଂକ୍ରିଟ ୱାଲ ଓ ଡ୍ରେନ ଶୋଚନୀୟ ଭାବେ  ଭୁଶୁଡି ପଡିଛି।ଫଳରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିର୍ମିତ ହେଉଥିବା ଏହି ରାସ୍ତାର ସ୍ଥାୟୀତ୍ୱ ଓ ନିରାପତ୍ତା କୁ ନେଇ ସାଧାରଣ ରେ ପ୍ରଶ୍ନ ଉଠୁଚି।ଜାତୀୟ ରାଜପଥ ର ଉନ୍ନତି ପାଇଁ କେନ୍ଦ୍ର ସରକାର ପ୍ରତିବର୍ଷ ଶହ ଶହ କୋଟି ଟଙ୍କାର ଆର୍ଥିକ ଅନୁଦାନ ଯୋଗାଇ ଦେଉଛନ୍ତି।ହେଲେ ପ୍ରକଳ୍ପ ନିର୍ମାଣ ପାଇଁ ଟେଣ୍ଡର ପାଇଥିବା ଠିକସଂସ୍ଥା ଦ୍ୱାରା ଏଷ୍ଟିମେଣ୍ଟ ଅନୁଯାଇ କାମ କରାନଯାଇ ଅତ୍ୟନ୍ତ ନିମ୍ନ ମାନର କାର୍ଯ୍ୟ କରାଯାଉଥିବା ସମୟରେ ଏନଏଚ  କତ୍ତୃପକ୍ଷ ଙ୍କ ପକ୍ଷରୁ ଉପଯୁକ୍ତ ତଦାରଖ ଅଭାବରୁ ନିର୍ମାଣ ର ବର୍ଷେ ନ ପୁରୁଣୁ ଅନେକ ସ୍ଥାନରେ ଡ୍ରେନ ଓ ପ୍ରୋଟେକସନ ୱାଲ ଭାଙ୍ଗି ଯାଉଥିବା ଅଭିଯୋଗ ହେଉଛି। ଗତବର୍ଷ ମଧ୍ୟ ଏହିଭଳି ଭାବରେ ଏହି ଜାତୀୟ ରାଜପଥ ର ମାଧପୁର ଓ ମର୍ଦବିଡା ପୋଲ ନିକଟରେ ନିର୍ମାଣ ହୋଇଥିବା ପ୍ରୋଟେକସନ ୱାଲ ଗୁଡିକ ଭାଙ୍ଗି ଯାଇଥିଲା ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶ ପାଇବା ପରେ ସମ୍ପୃକ୍ତ ଠିକାସଂସ୍ଥା ଏହାର ପୁନଃନିର୍ମାଣ କରାଯାଇଥିଲା। ପ୍ରକାଶ ଯୋଗ୍ୟ ଯେ ପ୍ରତିଦିନ ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥ ଉପରଦେଇ ପ୍ରତିଦିନ ଖୋର୍ଦ୍ଧା ନୟାଗଡ ବୌଦ୍ଧ ସୋନପୁର ବଲାଙ୍ଗିର ସମେତ କନ୍ଧମାଳ ଜିଲ୍ଲାରୁ ଶହଶହ ଗାଡିମୋଟର ସହ ମାଲ ପରିବହନକାରୀ ଯାନବାହନ ଯାତାୟାତ କରିଥାନ୍ତି।ସଡକ ସୁରକ୍ଷା କୁ ଆଖିଆଗରେ ରଖି ନିର୍ମାଣ ହେଉଥିବା ପ୍ରୋଟେକସନ ୱାଲ ଓ ଡ୍ରେନ ଗୁଡିକ ଭାଙ୍ଗି ଯିବା ଫଳରେ ଛୋଟବଡ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି।ତେଣୁ ଏନଏଚ କତ୍ତୃପକ୍ଷ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ଏହାର ମରାମତି କାର୍ଯ୍ୟ ଶେଷ କରିବା ପାଇଁ ସାଧାରଣରେ ମତପ୍ରକାଶ ପାଉଛି। ଏ ନେଇ ଖୋର୍ଦ୍ଧା ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର ନିର୍ବାହୀ ଯନ୍ତ୍ରୀ  ଡ଼ି ସି. ନାୟକ ଙ୍କୁ ପଚାରିବାରୁ ଯେ କାଲି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କଲାପରେ, ଭାଙ୍ଗିଥିବା ଡ୍ରେ ନ କୁ ପୁଣି ତିଆରି କରିବାପାଇଁ କୁହାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ