ବର୍ଷା ଅଭାବ……ମରୁଡି ପାଇଁ ଚାଷୀ ଚିନ୍ତାରେ

କୋଦଳା, (ଗୁଲସନ କୁମାର କର):ଅଗଷ୍ଟ ମାସ ଆରମ୍ଭ ହୋଇଗଲାଣି, ମୌସୁମୀ ଉଭାନ। ବର୍ଷାର ଦେଖାନାହିଁ । ଫଳରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଳକ ଓ କୋଦଳା ଏନଏସିରେ ମରୁଡି ଆଶଙ୍କା ଦେଖାଦେଇଛି । ଚାଷ ଜମିର ବିକଳ ଚିତ୍ର ଚାଷୀଙ୍କୁ ବ୍ୟଥିତ କରିଛି । ଖରା ଯୋଗୁଁ ଚାଷ ଜମି ଫାଟି ଆଁ କରିଛି । ପ୍ରଚଣ୍ଡ ଖରାରେ ଚାଷଜମିରେ ଚାଷକାମ କରୁଛି ଚାଷୀ । ଚାଷଜମିର ଅବସ୍ଥା ଦେଖି ଚାଷୀ ଆଖିରେ ଲୁହ ଆସିଯାଉଛି। ଜଣେ ଚାଷୀଙ୍କ କହିବା କଥା ହେଲା ଏଭଳି ସ୍ଥିତି ସେ କେବେ ଦେଖିନାହାନ୍ତି ।ଏପଟେ କରୋନା କଟକଣାକୁ ସେପଟେ ବର୍ଷାର ଅଭାବ। ଆବଶ୍ୟକତା ଠାରୁ କମ ବର୍ଷା ହେବା ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।କିଛି ସ୍ଥାନରେ ଚାଷୀ ତଳିକୁ ପ୍ରସ୍ତୁତ କରି ରଖିଥିଲେ ମଧ୍ୟ ବର୍ଷା ଅଭାବରୁ ରୁଆ ହୋଇପାରିନି। କିଛି ଜମିରେ ରୁଆ ସରିଥିବା ବେଳେ ପାଣି ଅଭାବରୁ ଜମି ଫାଟ ଦେଇଦେଲାଣି।ବ୍ଳକର ସବୁ ପଂଚୟତ ରେ ବର୍ତ୍ତମାନ ଗୋଟିଏ ଅବସ୍ଥା। ମୌସୁମୀ ପୂର୍ବରୁ ଭଲ ବର୍ଷା ହୋଇଥିଲା। ତେଣୁ ତଳି ମଧ୍ୟ ପକାଯାଇଥିଲା।କିନ୍ତୁ ତାହା ପୋଡି ଗଲାଣି। କେତେକ ସ୍ଥାନରେ ଚାଷୀ ଗାଡିଆ ପୋଖରୀ ପାଣିରେ ତଳି କିଆରି ପ୍ରସ୍ତୁତ କରିଥିବାବେଳେ ଅନେକ ସ୍ଥାନରେ ଲିଫ୍ଟ ଇରିଗେସନ ଯୋଜନା ଫେଲ ମାରିଥିବା ଅଭିଯୋଗ ହୋଇଛି । ଆଷାଢ ମାସରେ ବର୍ଷାର ଦେଖାନାହିଁ । ଚଳିତ ବର୍ଷ ବର୍ଷା ଅଭାବ ସକାଶେ ଗଜା ମରୁଡି ହେବାର ଆଶଙ୍କା ରହିଛି। ଆଗକୁ ଯଦି ବର୍ଷା ନ ହୁଏ ଚାଷ କାର୍ଯ୍ୟ ବାଧା ପାଇବା ସହ ଚାଷୀମାନେ ନିରାଶୟ ହୋଇଯିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ