ବର୍ଷା ଆଶଙ୍କା ନେଇ ଖୋଲା ହେଲା ହରଭଙ୍ଗୀ ଡ୍ୟାମ୍ ଗେଟ୍
ମୋହନା,( ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡ଼ବା ନିକଟରେ ଥିବା ହରଭଙ୍ଗୀ ଜଳଭଣ୍ଡାରରେ ଜଳପତ୍ତନ ୩୮୬.୨୧ ଅଛି, ଯାହାକି ଜଳ ଭଣ୍ଡାର କ୍ଷମତାର ୮୨.୨୨% ଅଟେ । ବର୍ତ୍ତମାନ ଲଘୁଚାପ ଜନିତ ବର୍ଷା ଯୋଗୁଁ ଜଳ ଭଣ୍ଡାରର ଜଳ ପତ୍ତନ ବୃଦ୍ଧି ପାଇପରେ, ତେଣୁ ଜଳ ଭଣ୍ଡାରର ସୁରକ୍ଷା ନିମନ୍ତେ ଆଜି ହରଭଙ୍ଗୀ ଡ୍ୟାମର 5ନମ୍ବର ଗୋଟିଏ ଗୋଟିଏ ଗେଟ୍ ଖୋଲି ଦିଆ ଯାଇଛି । ଏହି ସମୟରେ କୌଣସି ବ୍ୟକ୍ତି ବା ସେମାନଙ୍କର ନିଜର ଗାଇଗୋରୁ ଆଦି ଉକ୍ତ ଡ୍ୟାମ୍ର ତଳ ଭାଗରେ ରହିବାକୁ ମନା କରା ଯାଇଛି । ଏଇ ଗେଟ୍ ଖୁଲିବା ସମୟରେ ନିର୍ବାହୀ ଅଧିକାରୀ ସରୋଜକୁମାର ଗୁପ୍ତା, ଯନ୍ତ୍ରୀ, କର୍ମଚାରୀ ମାନେ ଉପସ୍ଥିତ ଥିଲେ ।


