ବର୍ଷା ଦିନରେ ବେହାଲ ସିଲେଟ ପଞ୍ଚାୟତବାସି
କଳାହାଣ୍ଡି, (ଚିତ୍ତରଞ୍ଜନ ବିଷି): ସରକାର ଦୁର୍ଗମ ଅଞ୍ଚଳର ବସବାସ କରୁଥିବା ଆଦିବାସୀ ମାନଙ୍କ ପାଇଁ ଅନେକ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଆଜି ବି ଦୁର୍ଗମ ରେ ବସବାସ କରୁଥିବା ଆଦିବାସୀ ମାନେ ଅବହେଳିତ ଅବସ୍ଥାରେ ରହୁଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟଜଳ, ମୋବାଇଲ ନେଟୱାର୍କ ଭଳି ମୌଳିକ ସୁବିଧାରୁ ବଞ୍ଚିତ ରହୁଛନ୍ତି । ଡୁଡୁଙ୍ଗପଟା ନାଳ ଦେଉଛି ଯମ ଯନ୍ତ୍ରଣା । ବର୍ଷା ଦିନରେ ବେହାଲ ସିଲେଟ ପଞ୍ଚାୟତବାସୀ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସିଲେଟ ପଞ୍ଚାୟତ ଭଳି ଦୁର୍ଗମ ଅଞ୍ଚଳକୁ ଗମନାଗମନର ବ୍ୟବସ୍ଥା ନ ଥିବା ଯୋଗୁଁ ଅଞ୍ଚଳବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ଡୁଡୁଙ୍ଗପଟା ନାଳ ଦେଉଛି ଯମ ଯନ୍ତ୍ରଣା । ବର୍ଷା ଦିନରେ ବେହାଲ ଅବସ୍ଥାରେ ରହୁଛନ୍ତି ସିଲେଟ ପଞ୍ଚାୟତବାସୀ । ମୁଖ୍ୟ ରାସ୍ତା ଦେଇ ଯାଇଥିବା ଡୁଡୁଙ୍ଗପାଟ ନାଳ ରେ ପାଣି ଆସୁଥିବା ଯୋଗୁଁ ଯାନବାହନ ଚଳାଚଳ ରେ ଅସୁବିଧା ହେଉଥିବା ବେଳେ ଲୋକେ ଚାଲି ଯିବାକୁ ମଧ୍ୟ ଭୟ କରୁଛନ୍ତି । ନିର୍ମାଣାଧୀନ ରାସ୍ତାରେ ପଡୁଥୁବା ରୁପେନ୍ ନିକଟ ଏହି ଡୁଡୁଙ୍ଗପଟା ନାଳ ଉପରେ ପୋଲ ନିର୍ମାଣ ପାଇଁ ପ୍ରକଳ୍ପରେ ଅର୍ଥ ଅଭାବ ରହିଥିବା ବେଳେ ରାସ୍ତା ନିର୍ମାଣକୁ ଅଧବାଟରେ ଛିଣ୍ଡାଇ ଦିଆଯାଇଛି। ଫଳରେ ଏହି ପଞ୍ଚାୟତର ରୂପେନ୍ ଦାଣ୍ଡପଦର, ସିଲେଟ, ସରମାଣ୍ଡି,
ବୋର୍ଡିଝୋଲା, ଝାଞ୍ଜି, ଦୁର୍ବେଲଗୁଡ଼ା, କାନ୍ଦୁଲଗୁଡ଼ା, ବିଲାମାଳ, କୁଟଖାଲ, ପାଜିଖାଲ ଏବଂ ମାଳତୀପଦର ଭଳି ଦୁର୍ଗମ ଗାଁର ଲୋକେ ଏବେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରାସ୍ତାରେ ପୋଲ ନ ଥିବା ଯୋଗୁଁ ଗାଁକୁ ଅମ୍ବୁଲାନ୍ସ ସେବା ଅପହଞ୍ଚ ହୋଇପଡ଼ିଥିବା ସହିତ ଅନ୍ୟାନ୍ୟ ଜରୁରୀ କାଳୀନ ସେବାରୁ ମଧ୍ୟ ବଞ୍ଚିତ ହେବାକୁ ପଡିଛି । ଗମନାଗମନର ସୁବ୍ୟବସ୍ଥା ନ ଥିବା ଯୋଗୁଁ ଭୁଶୁଡ଼ି ପଡ଼ିଛି ଶିକ୍ଷା,ସ୍ଵାସ୍ଥ୍ୟ ଭଳି ମୌଳିକ ସୁବିଧା। ପ୍ରଶାସନ ପାଖରେ ଏହି ନାଳଉପରେ ପୋଲ ନିର୍ମାଣ କରିବାକୁ ସିଲେଟ ପଞ୍ଚାୟତବାସୀ ଦାବୀ କରିଛନ୍ତି ।