ବର୍ଷା ଦିନେ ଦୂଷିତ ଜଳ ପାଇଁ ହନ୍ତସନ୍ତ ଖରାଦିନେ ଜଳ କଷ୍ଟ
କଣାସ, (ପାହାନ୍ତା ସିଂହ ଅଞ୍ଜଳୀ ସାହୁ): କଣାସ ବ୍ଲକ୍ ରେ ଏଵେ ଅଧିକାଂଶ ଗ୍ରାମ ରେ ପାନୀୟ ଜଳ ର ଘୋର ଅଭାବ ଦେଖାଦେଇଛି। ସବୁ ଗାଁ ରେ ପାନୀୟ ଜଳର ଉତ୍କଟ ଅଭାବ ଦେଖାଦେଇଛି ।ଲୋକ ମାନେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି । ବର୍ଷା ଦିନେ ଦୂଷିତ ଜଳ କୁ ନେଇ ହନ୍ତସନ୍ତ ହେଉଥିବା ବେଳେ ଖରାଦିନେ ଜଳଧାରଣ କ୍ଷମତା କମିଯିବା ରୁ ଲୋକ ମାନେ ହନ୍ତସନ୍ତ ହେଉଛନ୍ତି। ସରକାର ପରେ ସରକାର ବଦଳୁଛି। ପ୍ରତିଶ୍ରୁତି ପରେ ପ୍ରତିଶୃତି ମିଳୁଛି କିନ୍ତୁ ସାଧାରଣ ଲୋକ ମାନଙ୍କ ମୈଳିକ ସୁବିଧା ଟିକେ ମିଳୁନାହିଁ। ଲୋକ ମାନଙ୍କ ପିଇବା ପାଣି ର ଆଵସ୍ଥା ସୁଧୁରିବା ନାଁ ଧରୁନି । ଆଜି ଵି ଲୋକ ମାନେ ଦୂଷିତ ଜଳ ପିଇ ଜୀବନ ହାରୁଛନ୍ତି। ପିଇବା ପାଣି ପାଇଁ ଲୋକ ମାନେ ମାଇଲ୍ ମାଇଲ୍ ଦୂରରୁ ପିଇବା ପାଣି ଵୋହୁଛନ୍ତି। ପିଇବା ପାଣି ଯୋଗାଣ ପାଇଁ ସ୍ଥାଇ ବ୍ୟବସ୍ଥା ଗ୍ରହଣ କରାଯାଇ ନାହିଁ। ଗ୍ରାମ୍ୟ ଜଳଯୋଗାଣ ଫେଲ ହେବା ପରେ ସରକାର ମେଗା ଜଳଯୋଗାଣ ପ୍ରକଳ୍ପ ଆରମ୍ଭ ହୋଇଛି। ହେଲେ ଏହା ସଫଳ ରୂପାୟନ ହେବ ନା ନାହିଁ ତାହା ସନ୍ଦେହ ଘେରରେ। ନଦୀ ପାର୍ଶ୍ଵରେ ଥିବା ଗାଁ ମାନଙ୍କରେ ମଧ୍ୟ ପିଇବା ପାଣି ର ଘୋର ଅଭାବ ଦେଖାଦେଇଛି। ଏହି ପିଇବା ପାଣି ର ସମସ୍ୟା ଦୀର୍ଘ ଦିନ ହେବ। କିନ୍ତୁ ଏତେ ବର୍ଷ ର ସମସ୍ୟା କୁ ସମାଧାନ ପାଇଁ କାହାର ଯେମିତି ଆନ୍ତରିକତା ନଥିବା ଜଣା ପଡ଼ୁଛି। ପ୍ରତ୍ୟେକ ବର୍ଷ ଗାଁ ର ମହିଳା ମାନେ ଗରା ବାଲଟି ଧରି ଆନ୍ଦୋଳନ କରୁଛନ୍ତି। ଏହି ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ।ଘର ର ଲକ୍ଷ୍ମୀ ପିଇବା ପାଣି ପାଇଁ ରାସ୍ତା ରେ ଆନ୍ଦୋଳନ କରିବ। ଏହା କୁ ସମସ୍ତେ ଦେଖିବେ ଏଥିପ୍ରତି ପ୍ରଶାସନ ଓ ଲୋକପ୍ରତିନିଧି ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ ତ୍ବରାନ୍ବିତ କରିବାଲାଗି ଅଂଚଳ ବାସୀ ମାନେ ଦାବି କରିଛନ୍ତି।