ବର୍ଷା ନାହିଁ କି କେନାଲରେ ପାଣି ନାହିଁ : ରୂଆ ବେଉଷଣ କାର୍ଯ୍ୟ ହୋଇପାରୁନାହିଁ 

ନିମାପଡ଼ା, (ସନ୍ତୋଷ ଦାଶ) :-ଆଷାଢ଼ ସରି ଶ୍ରାବଣ ମାସ ହେଲାଣି କିନ୍ତୁ ଆ ଆବଶ୍ୟକୀୟ ବର୍ଷା ହୋଇନାହିଁ।ଖରିଫ ଚାଷର ସମୟ ଅତିକ୍ରାନ୍ତ ହେବାକୁ ବସିଲାଣି । ଚଳିତ ବର୍ଷ ଖରିଫ ଚାଷ ପାଇଁ ଆବଶ୍ୟକ ବର୍ଷା ନ‌ହେବା କିମ୍ବା ଜମିକୁ ଜଳସେଚନ ସୁବିଧା ନଥିବାରୁ ନିମାପଡ଼ା ବ୍ଲକର ୩୨ଟି ପଞ୍ଚାୟତର ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ଖରିଫ୍ ଚାଷ ନିମନ୍ତେ ତଳି ପ୍ରସ୍ତୁତ ଏବଂ ବେଉଷଣ କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ । ଫଳରେ ଚାଷୀ ମାନେ ଚିନ୍ତା ରେ ପଡି ଯାଇଛନ୍ତି। ପୁରୀ ଜିଲ୍ଲା ନିମାପଡା ବ୍ଲକସଲଙ୍ଗ, ବାମନାଳ, ଅନ୍ତୁଆର, କୋଠକୁସାଙ୍ଗ, ଉଛୁପୁର , ତୁଳସୀପୁର, ଭୋଦର, ବାହାରେଣା, ଛଣିଜଙ୍ଗ, କଲାପାଂଚଣ, ତମ୍ପାଳୋ ପ୍ରଭୃତି ପଞ୍ଚାୟତ ସମେତ ୩୨ଟି ପଞ୍ଚାୟତର ଚାଷୀ ଏ ପର୍ଯ୍ୟନ୍ତ ଚାଷ କାର୍ଯ୍ୟ ଆରମ୍ଭ କରିପାରିନାହାନ୍ତି । ଏପରି ସମୟରେ ଚାଷୀମାନେ କେନାଲ ପାଣି ର ଆବଶ୍ୟକତା କରୁଥିବା ବେଳେ ସମସ୍ତ କେନାଲ ମରାମତି ଅଭାବରୁ ପୋତିହୋଇ ଭାଙ୍ଗିରୁଜି ଯାଇଛି । ତୁରନ୍ତ ସମସ୍ତ କେନାଲ ଗୁଡିକରେ ପାଣି ଯୋଗାଇଦେବା ଆବଶ୍ୟକ ବୋଲି ଚାଷୀ କ୍ରୁପାସିନ୍ଧୁ ପରିଡା, ରଶ୍ମିରଞ୍ଜନ ସ୍ଵାଇଁ, ବିଶ୍ୱନାଥ ସାହୁ ,ସରକାରଙ୍କ ନିକଟରେ ଦାବି କରିଛନ୍ତି । ଚାଷୀ ମାନଙ୍କୁ ରିହାତି ଦର ରେ ସାର, ଧାନ ବିହନ, କୀଟନାଶକ ପ୍ରଭୁତି ଯୋଗାଇଦେବାକୁ ସୁଚନା ଅଧିକାର କର୍ମୀ ଦିବାକର ନାୟକ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ