ବର୍ଷା ନାହିଁ କି କେନାଲରେ ପାଣି ନାହିଁ

ନିମାପଡ଼ା, (ସନ୍ତୋଷ ଦାଶ):ଆଷାଢ଼ ସରି ଶ୍ରାବଣ ମାସ ହେଲାଣି କିନ୍ତୁ ଆବଶ୍ୟକୀୟ ବର୍ଷା ହୋଇନାହିଁ।ଖରିଫ ଚାଷର ସମୟ ଅତିକ୍ରାନ୍ତ ହେବାକୁ ବସିଲାଣି। ଚଳିତ ବର୍ଷ ଖରିଫ ଚାଷ ପାଇଁ ଆବଶ୍ୟକ ବର୍ଷା ନ‌ହେବା କିମ୍ବା ଜମିକୁ ଜଳସେଚନ ସୁବିଧା ନଥିବାରୁ ନିମାପଡ଼ା ବ୍ଲକର ୩୨ଟି ପଞ୍ଚାୟତର ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ଖରିଫ୍ ଚାଷ ନିମନ୍ତେ ତଳି ପ୍ରସ୍ତୁତ ଏବଂ ବେଉଷଣ କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ । ଫଳରେ ଚାଷୀ ମାନେ ଚିନ୍ତା ରେ ପଡି ଯାଇଛନ୍ତି। ପୁରୀ ଜିଲ୍ଲା ନିମାପଡା ବ୍ଲକ ସଲଙ୍ଗ,ବାମନାଳ,ଅନ୍ତୁଆର, କୋଠକୁସାଙ୍ଗ,ଉଛୁପୁର , ତୁଳସୀପୁର, ଭୋଦର, ବାହାରେଣା, ଛଣିଜଙ୍ଗ, କଳାପାଂଚଣ, ତମ୍ପାଳୋ ପ୍ରଭୃତି ୩୨ଟି ପଞ୍ଚାୟତର ଚାଷୀ ଏ ପର୍ଯ୍ୟନ୍ତ ଚାଷ କାର୍ଯ୍ୟ ଆରମ୍ଭ କରିପାରିନାହାନ୍ତି । ଏପରି ସମୟରେ ଚାଷୀମାନେ କେନାଲ ପାଣି ର ଆବଶ୍ୟକତା କରୁଥିବା ବେଳେ ଅଧିକାଂଶ କେନାଲ ମରାମତି ଅଭାବରୁ ପୋତିହୋଇ ଭାଙ୍ଗିରୁଜି ଯାଇଛି। ତୁରନ୍ତ ସମସ୍ତ କେନାଲ ଗୁଡିକରେ ପାଣି ଯୋଗାଇଦେବା ଆବଶ୍ୟକ ବୋଲି ଚାଷୀମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଚାଷୀ ମାନଙ୍କୁ ରିହାତି ଦର ରେ ସାର, ଧାନ ବିହନ, କୀଟନାଶକ ଔଷଧ ଯୋଗାଇଦେବାକୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ