ବର୍ଷା ପ୍ରିୟଦର୍ଶିନୀଙ୍କୁ ନ୍ୟାୟ ଦାବୀରେ ମହିଳାଙ୍କ ବିକ୍ଷୋଭ

ଚୌଦ୍ଵାର, (ଦୀପକ୍ କୁମାର ବେଉରା): କେନ୍ଦ୍ରାପଡାର ବିଜେଡି ସାଂସଦ ଅନୁଭବ ମହାନ୍ତି ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଯେଭଳି ଭାବରେ ଶାରିରୀକ/ମାନସିକ/ଆର୍ଥିକ ନିର୍ଯ୍ୟାତନା ଦେଇ ଆସିଛନ୍ତି ତାହା ବିରୁଦ୍ଧରେ ଅଖିଳ ଭାରତ ଗଣତାନ୍ତ୍ରୀକ ମହିଳା ସିମିତି ଓ ମାଳତୀ ଚୌଧୁରୀ ମହିଳାସମିତି ମିଳିତ ଭାବେ ଏକ ପ୍ରତିବାଦ କାର୍ଯ୍ୟକ୍ରମ ଭଟିମୁଣ୍ଡା ମଧୁସେତୁ ନିକଟରେ ଅନୁଷ୍ଠିତ ହୋଇଥିଲା । ବର୍ଷାଙ୍କୁ ତୁରନ୍ତ ନ୍ୟାୟ ଦେବା ସହିତ “ମା” କୁ ସମ୍ମାନର ନାରା ଦେଇ କ୍ଷମତାରେ ଥିବା ବିଜେଡି ସରକାରର ସାଂସଦ ଅନୁଭବଙ୍କ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିବାଦକାରୀମାନେ ଦାବୀ କରିଥିଲେ । ନାରୀମାନଙ୍କୁ ସୁରକ୍ଷା ଦେବା ପାଇଁ ଯଥେଷ୍ଟ ଆଇନ ଥିଲେ ମଧ୍ୟ ପୁରୁଷ ପ୍ରଧାନ ସମାଜରେ ତାହା ସଠିକ୍‌ଭାବେ କାର୍ଯ୍ୟକାରୀ ହେଉନାହିଁ, ଏହି ମାନସିକ ତାର ପରିବ ର୍ନ ପାଇଁ ସେମାନେ ଦାବୀ କରିଥିଲେ । କିନ୍ତୁ ଦୁର୍ଭାଗ୍ୟର କଥା ଯାହାକୁ ଜନସାଧାରଣ ନିର୍ବାଚିତ କରି ତାଙ୍କର ସୁରକ୍ଷା ପାଇଁ ଆଇନ୍ ପ୍ରଣୟନ କରିବାକୁ ଫଠାଉଛନ୍ତି । ସିଏ ନିଜେ ମହିଳା ହିଂସା ଆଇନ୍‌କୁ ଉଲ୍ଲଘଂନ କରୁଛନ୍ତି । ଲୋକସଭା ସଦସ୍ୟଙ୍କ ଆଚରଣ-ଉଚାରଣ ମଧ୍ୟରେ ବିରାଟ ଫରକ ରହୁଥିବା ସେମାନେ କହିଥିଲେ । ସ୍ଥାନୀୟ କୋର୍ଟରେ ମାମଲା ବିଚାର ଯୋଗ୍ୟ ଜାଣି ସୁଦ୍ଧା ସାଂସଦ ମହାଶୟ ଦିଲ୍ଲୀ କୋର୍ଟରେ ଜାଣିଶୁଣି କେସ୍ ଫାଇଲ୍ କରିଛନ୍ତି । ଜିଲ୍ଲାର ପରିବାର କୋର୍ଟରେ ମକଦମା ଭରପୁର ଥିବାବେଳେ ବର୍ଷାଙ୍କ ନ୍ୟାୟପକ୍ରିୟା ବିଳମ୍ବିତ ହେବ । ଉକ୍ତ ମକଦମାକୁ ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର କରି ତୁରନ୍ତ ନ୍ୟାୟ ଦେବାକୁ ମହିଳାମାନେ ଦାବୀ କରିଥିଲେ । ମମତା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ବହୁ ମହିଳା ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ