ବର୍ଷା ଯୋଗୁ ଘାଇକୁ ଖସିଲା ବସ୍, ଚାଲିଗଲା ୨୧ ଜୀବନ

ଅହମଦାବାଦ: ଗୁଜରାଟର ଅମ୍ବାଜୀ ଠାରେ ଆଜି ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗ୍ରସ୍ତ ହାଇଛି । ଏଥିରେ ୨୧ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୩୦ରୁ ଅଧିକ ଲାକ ଆହତ ହାଇଛନ୍ତି । ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ମୃତ୍ୟୁସଂଖ୍ୟା ସମ୍ପର୍କରେ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ବସ୍ଟି ୭୦ରୁ ଅଧିକ ଲୋକଙ୍କୁ ନେଇ ଅମ୍ବାଜୀରୁ କେନ୍ଦ୍ରୀୟ ଗୁଜରାଟର ଅଙ୍କଲାଭ ଅଭିମୁଖେ ଆସୁଥିଲା । ତେବେ ପ୍ରବଳ ବର୍ଷା ଯୋଗୁ ତ୍ରିଶୁଳିଆ ଘାଟି ନିକଟରେ ବସ୍ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ । ଫଳରେ ବସ୍ଟି ରାସ୍ତାରେ ପ୍ରଥମେ ଓଲଟି ପଡ଼ିଥିଲା । ବସ୍ଟିର ବେଗ ଅଧିକ ଥିବାରୁ ଏହା ରାସ୍ତା ନିକଟ ଏକ ଘାଇକୁ ଖସି ପଡ଼ିଥିଲା ।
ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ୨୧ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ଉଦ୍ଧାରକାରୀ ଦଳ ଓ ସ୍ଥାନୀୟ ଲାକେ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ । ତେବେ ସେଠାରେ ଡାକ୍ତର ୨୧ ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ଆହତଙ୍କ ମଧ୍ୟରୁ ଅଧିକାଂଶ ଲାକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଘଟଣା ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ଶାହ ତୁରନ୍ତ ଆହତଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ସହ କଥା ହୋଇଥିବା ଟ୍ୱିିଟ ଯୋଗେ ସୂଚନା ଦେଇଛନ୍ତି?

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ