ବର୍ଷା ସହ ଝଡତୋଫାନ ସମ୍ଭାବନା ,୮ଟି ଜିଲ୍ଲାକୁ ସତର୍କ ସୂଚନା ଜାରୀ
କାଳ ବୈଶାଖି ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ରହିଥିବା ବେଳେ ରାଜ୍ୟର କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।ଏନେଇ ଭୂବନେଶ୍ୱର ପାଣିପାଗ ବିଭାଗ ତରଫରୁ ସୂଚନା କରାଯାଇଛି । ରାଜ୍ୟର ୮ ଟି ଜିଲ୍ଳାକୁ ସତର୍କ ସୁୂଚନା ଜାରୀ ରହିଛି । ମୟୂରଭଞ୍ଜ ,ନୂଆପଡା,ନବରଙ୍ଗପୁର,ବଲାଙ୍ଗୀରି ,କଳାହାଣ୍ଡି ,ନୟାଗଡ ,କନ୍ଧମାଳ ,ଏବଂ କୋରାପୁଟ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବା ସହ ଝଡତୋଫାନ ହେବା ନେଇ ପାଣିପାଗ ତରଫରୁ ସୁୂଚନା କରାଯାଇଛି ।୩୦ ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।


