ବର୍ଷା ସାଜିଛି ବାଧକ
(ଯୁଗାବ୍ଦ ନ୍ୟୁଜ)ଲଗାଣ ବର୍ଷା ରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ରାଜସୁନା ଖଳା ପଞ୍ଚାୟତରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦୁଇଦିନ ଧରି ଲଗାଣ ବର୍ଷା ଲାଗିବା ଫଳରେ ଶତାଧିକ ଶ୍ରମିକଙ୍କ କାମ ବନ୍ଦ ହେବା ଫଳରେ ଦୁଇ ଓଳା ଦୁଇ ମୁଠା ଖାଇବାକୁ ପାଉନାହାନ୍ତି । ବର୍ଷା ଲାଗି ରହିବା ଫଳରେ ଶ୍ରମିକ ମାନେ ନା କୁଆଡେ ଯାଇପାରୁଛନ୍ତି ନା କାମ ମିଳୁଛି ।ଏଭଳି ପରିସ୍ଥିତି ହେବା ଯୋଗୁଁ ଅନେକ ସମସ୍ୟା ର ସମ୍ମୁଖିନ ହେଉଛନ୍ତି ଶ୍ରମିକ ପରିବାର । ଏବେ ଅପେକ୍ଷା କେବେ ଛାଡିବ ବର୍ଷା ।