ବର୍ଷିଆନ୍ କମ୍ୟୁନିଷ୍ଟ ନେତାଙ୍କ ପରଲୋକ

ଛତ୍ରପୁର,(ଦେବଦତ୍ତ ମହାରଣା) : ବର୍ଷିଆନ୍ କମ୍ୟୁନିଷ୍ଟ ନେତା ତଥା ଚମାଖଣ୍ଡି ଜୋନ୍ ଆଞ୍ଚଳିକ ପରିଷଦର ସଭ୍ୟ ଓ ପ୍ରାକ୍ତନ ସମବାୟ ସେବା ସମିତିର ସଂପାଦକ ତାରିଣୀ ଚରଣ ଶତପଥୀ(୭୩)ଙ୍କ ଆଜି ପରଲୋକ ହୋଇଯାଇଛି । ତାଙ୍କ ବିୟୋଗ ଖବର ପାଇ ପୂର୍ବତନ ବିଧାୟକ ଏନ୍‌.ନାରାୟଣ ରେଡ୍ଡୀ, ସପିଆଇ ଜିଲ୍ଲା ସହ ସଂପାଦକ ନୀଳକଣ୍ଠ ଦାଶ, ଦୁର୍ଯ୍ୟୋଧନ ନାହକ, ପୂର୍ବତନ ସମିତି ସଭ୍ୟ ମଥୁରା ଚରଣ ସୁବୁଦ୍ଧି, ଯୁବନେତା ଚିଙ୍କରା ବେହେରା, କଣମଣା ସରପଞ୍ଚ ଏସ୍‌.ଚକ୍ରପାଣି ରେଡ୍ଡୀ, ବି.ଲିଙ୍ଗରାଜ ପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ‌ ବ୍ୟକ୍ତି ପହଞ୍ଚି ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ମୃତ୍ୟୁଶର୍ଯ୍ୟା ନିକଟରେ ଜ୍ୟେଷ୍ଠପୁତ୍ର ତଥା ଖଣ୍ଡଦେଉଳି ମହାବିଦ୍ୟାଳୟର ଅଧ୍ୟାପକ ଗୌରୀଶଙ୍କର ଶତପଥୀ, କନିଷ୍ଠ ପୁତ୍ର, ବୋହୂ, ୨ ଝିଅ, ଜ୍ୱାଇଁ ଓ ନାତି ନାତୁଣୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ