ବର୍ଷିଆନ ସିପିଆଇ ନେତା ଦ୍ୱିତୀକୃଷ୍ଣ ପଣ୍ଡାଙ୍କ ବିୟୋଗରେ ଶୋକସଭା

ବନ୍ତ (ଯୁଗାଦ୍ଧ ନ୍ୟୁଜ୍) : ବରିଷ୍ଠ ସିପିଆଇ ନେତା ତଥା ଆସ୍କା ଲୋକସଭା ମଣ୍ଡଳୀର ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ ଏବଂ ଏଆଇଟିୟୁସିର କେନ୍ଦ୍ରୀୟ ସଂପାଦକ, ଶ୍ରମିକ ସଂଗଠକ, ସୁସାହିତ୍ୟିକ, ଚାରଣ କବି ଦ୍ୱିତୀକୃଷ୍ଣ ପଣ୍ଡାଙ୍କର ରବିବାର ପରଲୋକ ଘଟିବା ନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବନ୍ତ ଜୋନ୍ କମିଟି ପକ୍ଷରୁ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବନ୍ତ ଥାନା ଛକସ୍ଥିତ ସିପିଆଇ କାର୍ଯ୍ୟାଳୟ ଠାରେ ସିପିଆଇ ଜିଲ୍ଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି ଦଳୀୟ ପତାକାକୁ ଅର୍ଦ୍ଧନମିତ କରିଥିଲେ । ଏଥିସହ ସ୍ୱର୍ଗତ ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ବରିଷ୍ଠ ସାଥୀ ସୁବାଷ ଚନ୍ଦ୍ର ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ବରିଷ୍ଠ ସାଥୀ ଗୋପବନ୍ଧୁ ସେଠୀ, ଜୋନ୍ କମିଟି ସଂପାଦକ ରମେଶ ଜେନା, ସହ ସଂପାଦକ ପରମେଶ୍ୱର ବାରିକ, ପର୍ଶୁରାମ ସ୍ୱାଇଁ, ପିତବାସ ଜେନା, କମଳା ଜେନା, ଜୟନ୍ତ ଜେନା, ସୁଦାମ ଦାସ, ନାରାୟଣ ସ୍ୱାଇଁ, ନିରଞ୍ଜନ ନାୟକ, ପଦ୍ମନାଭ ସ୍ୱାଇଁ, ଅହଲ୍ୟା ମହାକୁଡଙ୍କ ସମେତ ବହୁ ସାଥୀସମର୍ଥକ ମାନେ ଯୋଗ ଦେଇ ସ୍ୱର୍ଗତ ନେତାଙ୍କ ସ୍ମୃତିଚାରଣ କରିଥିଲେ । ସେହିପରି ରାମଚନ୍ଦ୍ରପୁର, ଟିଲୋ, ସେଣ୍ଢତୀରା, ଆଗରପଡା, ଗୋପିନାଥପୁର ଆଦି ସ୍ଥାନରେ ସିପିଆଇ ପକ୍ଷରୁ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ