ବର୍ଷିୟାନକମ୍ୟୁନିଷ୍ଟ ନେତାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ): ବିଶିଷ୍ଟ ଶ୍ରମିକ ନେତା ତଥା ବର୍ଷିୟାନ କମ୍ୟୁନିଷ୍ଟ ନେତା ,ପୂର୍ବତନ ସାଂସଦ ଏବଂ ବିଧାୟକ ଦ୍ୱିତିକୃଷ୍ଣ ପଣ୍ଡାଙ୍କ ବିୟୋଗରେ ସ୍ଥାନୀୟ ଲକ୍ଷ୍ମଣ ଭବନ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସରପଞ୍ଚ ତଥା ବିକେଏମ୍ୟୁ ନେତା ସିମାଞ୍ଚଳ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସିପିଆଇ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୋକୁଳ ଚନ୍ଦ୍ର ପଣ୍ଡା, ଜିଲ୍ଲା ସହ ସଂପାଦକ ନୀଳକଣ୍ଠ ଦାଶ, ଛତ୍ରପୁର ଜୋନ୍ ସଂପାଦକ ଏସ୍.କ୍ରିଷ୍ଣା ରେଡ୍ଡି, ସହ ସଂପାଦକ ଡି.ଆଦିନାରାୟଣ ରେଡ୍ଡି, ଚମାଖଣ୍ଡି ଜୋନ୍ ସଂପାଦକ ସିଏଚ୍.ଜନାର୍ଦ୍ଦନ ରେଡ୍ଡି, ସହ ସଂପାଦକ ଗୁରୁନାଥ ପ୍ରଧାନ, ଗଞ୍ଜାମ ଜୋନ୍ ସଂପାଦକ ବୃନ୍ଦାବନ ପଲେଇ, ସହ ସଂପାଦକ ପୂର୍ଣ୍ଣଚନ୍ଦ୍ର ରଥ,ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ରାଜୀବ ଲୋଚନ ପଣ୍ଡା, ସିପିଆଇର ଛତ୍ରପୁର ବିଧାନସଭାପ୍ରାର୍ଥୀ ତଥା ରାଜ୍ୟ ଯୁବ ସଂଘର ସଂପାଦକ ପ୍ରଦୀପ ସେଠୀ, ଶ୍ରମିକ ନେତା କୈଳାସ ପଲେଇ, ସରପଞ୍ଚ ଏମ୍.ନାରସୁମୁଲୁ ରେଡ୍ଡି, ଚାଷୀନେତା ସିମ୍ଞାଚଳ ନାହାକ, ନବୀନ ମହାନ୍ତି, ପ୍ରଫୁଲ ପାଣିଗ୍ରାହୀ, ଏସ୍.ତ୍ରିନାଥ ରେଡ୍ଡି, କେଶବ ନାହାକଙ୍କ ସମେତ ବହୁ ସଂଖ୍ୟକ ଉପସ୍ଥିତ ରହି ସ୍ୱର୍ଗତ ପଣ୍ଡାଙ୍କ ସ୍ମୃତି ଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ