ବର୍ଷିୟାନ୍‍ ଶ୍ରମିକ ନେତା ବିପ୍ରଚରଣଙ୍କ ବିୟୋଗରେ ଗଭୀର ଶୋକ

ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ବ୍ଳକ ଅଧିନସ୍ଥ କଲେଜଛକ ଅଞ୍ଚଳର ବର୍ଷିୟାନ୍‍ ଶ୍ରମିକନେତା ବିପ୍ରଚରଣ ପ୍ରଧାନ (ବୟସ ପ୍ରାୟ ୭୬ବର୍ଷ)ଙ୍କର ଅସୁସ୍ଥତା ଜନିତ ଦେହାନ୍ତ ହୋଇଯାଇଛି । ସ୍ୱର୍ଗତ ପ୍ରଧାନ ଅତ୍ୟନ୍ତ ମେଳାପୀ, ମିଷ୍ଟଭାଷୀ, ପରୋପକାରୀ, କର୍ତ୍ତବ୍ୟନିଷ୍ଟ, ସୁସଂଗଠକ, ସଚ୍ଚୋଟ ବ୍ୟକ୍ତି ରୂପେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ ତାଙ୍କର ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଥିବା ଲକ୍ଷ୍ୟ କରାଯାଇଛି । ଆସିକା ବ୍ଳକ ଅଧୀନସ୍ଥ କଲେଜଛକ ଅଞ୍ଚଳରର ସୁସଂଗଠକ ତଥା ବର୍ଷିୟାନ୍‍ ଶ୍ରମିକ ନେତା ବିପ୍ର ଚରଣ ପ୍ରଧାନଙ୍କ ଅସୁସ୍ଥତା କାରଣରୁ ଦେହାନ୍ତ ହୋଇଯାଇଥିବା ବେଳେ ତାଙ୍କର ଅନ୍ତିମ ସଂସ୍କାର ଏକ ଶୋକାକୁଳ ପରିବେଶ ମଧ୍ୟରେ ବରିଡା ଗ୍ରାମ ସ୍ଥିତ ଶଶ୍ମାନରେ ସଂପନ୍ନ ହୋଇଯାଇଛି । ମୃତ୍ୟୁଶଯ୍ୟା ନିକଟରେ ସ୍ତ୍ରୀ ରମା ପ୍ରଧାନ, ପୁତ୍ର ବନ୍ଦି ପ୍ରଧାନ ଓ ମୁକ୍ତି ପ୍ରଧାନ, କନ୍ୟା ଗୀତାଞ୍ଜଳୀ ସାହୁ, ଜୋଇଁ ଦିଲୀପ କୁମାର ସାହୁଙ୍କ ସମେତ ପରିବାରବର୍ଗ ଓ ଆତ୍ନୀୟସ୍ୱଜନ ଉପସ୍ଥିତ ଥିଲେ । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ସୁସଂଗଠକ ବିପ୍ର ଚରଣ ପ୍ରଧାନଙ୍କ ଅସୁସ୍ଥତା ଜନିତ ବିୟୋଗରେ ଶ୍ରମିକ ନେତା ରାମକୃଷ୍ଣ ପଣ୍ଡା, ସନ୍ତୋଷ କୁମାର ପାଣିଗ୍ରାହୀ, ବିଦେଶୀ ନାହାକ, ଲଳିତ ମୋହନ ଦାଶ, ପିତବାସ ମହାପାତ୍ର, ଦେବହରି ମହାନ୍ତି, ଲକ୍ଷ୍ମଣ ପାଢୀ, ଅରୁଣ କୁମାର ପଣ୍ଡା, କୈଳାଶ ଚନ୍ଦ୍ର ମୁନି, ଅଶୋକ ମହାରଣା, ଉପେନ୍ଦ୍ର ଭଂଜ, ସନ୍ୟାସୀ ନାହାକଙ୍କ ସମେତ ଦଳମତ ନିର୍ବିଶେଷରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ