ବର୍ଷୀୟାନ କମ୍ୟୁନିଷ୍ଟ ନେତାଙ୍କ ପରଲୋକ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ବର୍ଷିୟାନ ନେତା ଏନ.ଅରକ୍ଷିତ ରେଡ୍ଡୀଙ୍କର ଆଜି ତାଙ୍କ ନିଜ ଗ୍ରାମ ବଣବୁଲାପଲ୍ଲୀଠାରେ ୯୨ ବର୍ଷ ବୟସରେ ପରଲୋକ ଘଟିଛି । ସର୍ଗତ ରେଡ୍ଡୀଙ୍କ ମରଶରୀରରେ ଦଳୀୟ ପତାକା ଢାଙ୍କି ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ଶ୍ମଶାନକୁ ନିଆଯାଇଥିଲା । ଏହି ଶୋଭାଯାତ୍ରାରେ ସିପିଆଇର ଜିଲ୍ଲା ସହ-ସଂପାଦକ ନୀଳକଣ୍ଠ ଦାସ,ଚମାଖଣ୍ଡି ଜୋନାଲ ସଂପାଦକ ସିଏଚ.ଜନାର୍ଦ୍ଦନ ରେଡ୍ଡୀ,ସିଏଚ.ସତ୍ୟନାରାୟଣ ରେଡ୍ଡୀ,ଏନ.ଗିରିଜା ପ୍ରସାଦ ରେଡ୍ଡୀ,ଗ୍ରାମ୍ୟ କମିଟି ସଦସ୍ୟ ବୃନ୍ଦ ଏବଂ ପରିବାର ସଦସ୍ୟ ଗଣ ଯାଇଥିଲେ । ତାସହିତ ଦଳୀୟ ସଦସ୍ୟ ଓ ଗ୍ରାମବାସୀଙ୍କ ପକ୍ଷରୁ ଶୋକ ପ୍ରକାଶ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ