ବର୍ଷେ ବିତିଲା, ପହଞ୍ଚିଲାନି ମନି ଅର୍ଡର

ହାଟଡ଼ିହି, : ମାତ୍ର ୨୫କିଲୋମିଟର ଦୁରକୁ ପଠାଯାଇଥିବା ମନି ଅର୍ଡର ବର୍ଷେ ହେଲା ପହଞ୍ଚୁ ନଥିବାରୁ ବିଚରା ଗ୍ରାହକ ଜଣକ ବାରଦୁଆର ହେଉଛନ୍ତି ହେଲେ କିଛି ଫଳ ମିଳୁନି । ଖବରରୁ ଜଣାଯାଇଛି ଯେ ରାମଚନ୍ଦ୍ର ଧଳ ନାମକ ଜଣେ ବ୍ୟକ୍ତି ଗତ ୨୭/୧୧/୨୦୧୮ରେ ସୁଲଣ ପୋଷ୍ଟ ଅଫିସରେ ଘସିପୁରା ବ୍ଲକ ଖାଳିଆମେଣ୍ଟାର ଜଣେ ସମ୍ପର୍କୀୟଙ୍କ ନିକଟକୁ ୭୦୦ଟଙ୍କାର ଏକ ମନିଅର୍ଡର କରିଥିଲେ । ଯାହାପାଇଁ କି ଡାକ ବିଭାଗ ୩୫ଟଙ୍କା ଚ।ର୍ଜ ମଧ୍ୟ ନେଇଥିଲା । କିନ୍ତୁ ବର୍ଷେ ହେଲା ଏହି ମନିଅର୍ଡରଟି ଠିକଣା ସ୍ଥଳରେ ପହଞ୍ଚିଲାନି । ଏନେଇ ରାମଚନ୍ଦ୍ର ବାରମ୍ବାର ପୋଷ୍ଟଅଫିସ, ସବପୋଷ୍ଟ ଅଫିସ ଓ ହେଡ ଅଫିସ ପର୍ଯ୍ୟନ୍ତ ଯାଇ ଅଭିଯୋଗ ମାନ କରୁଥିଲେବି ଅପେକ୍ଷା କର ଅଳ୍ପ ଦିନ ଭିତରେ ତୁମ ଟଙ୍କା ତୁମେ ଫେରି ପାଇବ ବୋଲି କହିଚାଲିଛନ୍ତି ହେଲେ ଟଙ୍କା ଫେରସ୍ତ ଆସୁ ନଥିବା ସେ ଅଭିଯୋଗ କରିଛନ୍ତି । ଡାକ ବିଭାଗର ଉଚ୍ଚ କର୍ତ୍ତୁପକ୍ଷ ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ