ବର୍ଷ ଆରମ୍ଭରୁ ଗଂଜାମ ଜିଲ୍ଲାରେ ୨ଜଣଙ୍କୁ ହତ୍ୟା
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ୍): ଗଂଜାମ ଜିଲ୍ଲା ବଡଗଡ ଥାନା ଅର୍ନ୍ତଗତ ମେରିକୋଟା ଗ୍ରାମ ନିକଟ ହରଡଖୋଲରେ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ଶୁକ୍ରବାର ସକାଳେ ପୁଣୀ ଧରାକୋଟ ବ୍ଲକ ମାଣିକପୁର ଗ୍ରାମରେ ଜଣେ ବୃଦ୍ଧଙ୍କୁ ହତ୍ୟା କରିବା ଘଟଣା ଅଂଚଳରେ ବେଶ ୍ ଚାଞ୍ଚଲ୍ୟ ଖେଳାଇଦେବା ସହ ଗତ ୩୬ ଘଣ୍ଟା ମଧ୍ୟରେ ବଡଗଡ ଅଂଚଳରେ ୨ ଟି ହତ୍ୟା ହେବା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ମିଳିଥିବା ସୂଚନା ଅନୁଯାୟୀ ଗଂଜାମ ଜିଲ୍ଲା ବଡଗଡ ଥାନା ଅନ୍ତର୍ଗତ ମେରାକୋଟା ଗ୍ରାମରେ ହରଡ ଖୋଲରେ ପରମାନନ୍ଦ ନାୟକ ସମେତ ତାଙ୍କ ଦୁଇ ସାଥି ମେଳରେ ବୁଧବାର ଦିନ ଜେରା ଗ୍ରାମକୁ ନାମ ସଂକିର୍ତ୍ତନ ନିମନ୍ତେ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ ।ସକାଳୁ ପରମାନନ୍ଦଙ୍କ ମୃତ ଶରୀର ଜେରା ଗ୍ରାମ ନିକଟରେ ଗ୍ରାମବାସୀ ଦେଖି ବଡଗଡ ପୋଲିସକୁ ଖବର ଦେଇଥିଲେ । ତାଙ୍କର ମୁହଁରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଥିଲା । ବଡଗଡ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଛି । ଏହି ଘଟଣାର କିଛି ଘଣ୍ଟା ନପୁରୁଣୁ ଶୁକ୍ରବାର ଭୋର ସକାଳୁ ଧରାକୋଟ ବ୍ଲକ ମାଣିକପୁର ଗ୍ରାମର ତେଲିଆ ମନ୍ଦିର ନିକଟରୁ ଜଣେ ବୃଦ୍ଧ ମୃତ ଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ପରିଚୟ ଖାରିପାଲି ଗ୍ରାମର ଭରତ ବେହେରା ବୋଲି ଜଣାପଡିଛି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଥିବା ବେଳେ ଗଂଜାମ ଜିଲ୍ଲାରେ ବର୍ଷ ଆରମ୍ଭ ରୁ ହିଁ ଦୁଇ ଦୁଇଟି ହତ୍ୟା ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।